ସ୍ୱାସ୍ଥ୍ୟ

ଏହି ୪ଟି ଟିପ୍ସ ଆପଣଙ୍କ ପିଲାଙ୍କୁ କରିବ ଅଲରାଉଣ୍ଡର୍ – Sahana Mela

[ad_1]


ନୂଆଦିଲ୍ଲୀ: ସବୁ ବାପା ଓ ମାଆଙ୍କ ଇଚ୍ଛା ଥାଏ  ତାଙ୍କ ସନ୍ତାନ  ପାଠ ପଢ଼ିବା ସହ  ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ । ତେଣୁ ସେମାନେ  ପିଲାଙ୍କ ଉନ୍ନତି ପାଇଁ ବଭିନ୍ନ କ୍ଲାସକୁ ପଠାଇ ଥାଆନ୍ତି । ଯେପିରି ଡ୍ୟାନ୍ସ, ଗୀତ, ଚେସ୍, କରାଟେ,  ସ୍କେଟିଂ କ୍ଲାସରେ ଭର୍ତ୍ତି କରିଥାଆନ୍ତି । ଯାହାଦ୍ୱାରା ପିଲାଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ। ତେବେ ପିଲାମାନେ (ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପରେ)  କିପରି ଭଲ ପ୍ରଦର୍ଶନ କରିବେ ଆଜି ଆସନ୍ତୁ ଜାଣିବା ।

୧-  ପିଲାଙ୍କୁ ଖର୍ଚ୍ଚ କରିବାକୁ ଟଙ୍କା ଦେବା ପୂର୍ବରୁ ସେମାନଙ୍କୁ କେତେଟଙ୍କା ଦରକାର ସେ ବିଷୟରେ ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ପିଲାଟି ଟଙ୍କାର ମୂଲ୍ୟ ବୁଝିପାରିଥାଏ ।

୨- ଘରେ ହେଉଥିବା ସମସ୍ତ ଛୋଟ ବଡ଼ କାମ ପିଲାଙ୍କୁ କରିବାକୁ ଉତ୍ସାହ କରନ୍ତୁ । ଯଦ୍ୱାରା ପିଲାମାନେ ଏହି ସବୁ କାମ ବିଷୟରେ ଜାଣି ପାରିବେ ।  ଏହାଦ୍ୱାରା ପିଲାଙ୍କ ସକରାତ୍ମକ ଚିନ୍ତାଧାରା ଆସିଥାଏ ।

୩- ଆପଣ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ । ସେମାନେ କରିଥିବା କାମକୁ ମଧ୍ୟ ପ୍ରଶଂସା କରନ୍ତୁ । ଏହାଦ୍ୱାରା ପିଲା ପ୍ରେରଣା ପାଇ ଆଉ କିଛି ନୂଆ କରିବାକୁ ଇଚ୍ଛା କରି ଥାଆନ୍ତି ।

୪-   ପିଲାଙ୍କୁ ସମୟର ମୂଲ୍ୟ ମଧ୍ୟ ବୁଝାନ୍ତୁ । ସମୟର ସଦୁପେଯାଗ କରିବାକୁ ପିଲାଙ୍କୁ ବୁଝାନ୍ତୁ । କମ୍ ବୟସରୁ ହିଁ ପିଲାଙ୍କୁ ସମୟର ମୂଲ୍ୟ ବୁଝାଇବା ଆବଶ୍ୟକ ।



[ad_2]

Leave a Reply

Your email address will not be published. Required fields are marked *

Back to top button