ସ୍ୱାସ୍ଥ୍ୟ

ଖରାଦିନେ ବେଳେବେଳେ ପାଣିରେ ବରଫ ମିଶାଇ ଗାଧାନ୍ତୁ, ମିଳିବ ଏସବୁ ଫାଇଦା

ଆରମ୍ଭ ହୋଇଛି ଖରାଦିନ। ଏବେଠୁ ହିଁ ଦିନର ତାପମାତ୍ରା ୪୦ ଉପରେ ରହୁଛି। ଫଳରେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇପଡ଼ିଛି। ଏଭଳି ସ୍ଥିତିରେ ବାହାରୁ ଆସି ତୁରନ୍ତ ଏସିରେ ବସିଲେ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ଗରମରୁ ମୁକ୍ତି ପାଇଁ ଖରାଦିନେ ଆପଣ ସାଧାରଣ ପାଣି ଅପେକ୍ଷା ବରଫ ମିଶା ପାଣିରେ ଗାଧୋଇ ପାରିବେ। ଏହା ଦ୍ୱାରା ଶରୀରର ତାପମାତ୍ରା ଶୀଘ୍ର କମିଥାଏ। ଅଚାନକ ଶରୀରର ତାପମାତ୍ରା ବଢ଼ିବା ଓ କମିବା ଶରୀର ପାଇଁ ଘାତକ ସାଜିପାରେ। ଏଣୁ ଖରାଦିନେ ଏସି ଅପେକ୍ଷା ବରଫ ମିଶା ପାଣି ବ୍ୟବହାର କରିବା ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବରଫ ମିଶ୍ରିତ ପାଣିରେ ଗାଧୋଇବାର ଅନ୍ୟ ଫାଇଦା…

ଶରୀରର ଉର୍ଜା ବଢ଼େ:

ଖରାଦିନେ ଶରୀରରୁ ବଳ କମିଯାଏ। ତେଣୁ ଦୁର୍ବଳ ଅନୁଭବ ହୋଇଥାଏ । ଯଦି ଏହି ସମୟରେ ବରଫ ମିଶା ପାଣିରେ ଗାଧାନ୍ତି ତେବେ ଆପଣ ଏନ୍‌ର୍ଜେଟିକ୍‌ ଅନୁଭବ ହୁଏ।

ଷ୍ଟ୍ରେସ୍‌ କମାଏ:

ବରଫ ମିଶା ପାଣିରେ ଗାଧୋଇବା ଦ୍ୱାରା ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ । ପାଣି ବାଲ୍ଟିରେ ଦୁଇ ଟ୍ରେ ବରଫ ମିଶାଇ ଦିଅନ୍ତୁ। ଏହାର ଥଣ୍ଡା ଟିକେ କମିବା ପରେ ଗାଧାନ୍ତୁ ଦେଖିବେ ଷ୍ଟ୍ରେସ୍‌ ଦୂର ହୋଇଯିବ ।

ଭୋକ ପରିମାଣକୁ ବଢ଼ାଏ:

ଗରମ ଦିନରେ କିଛି ଖାଇବାକୁ ଇଚ୍ଛା ହୁଏ ନାହିଁ । କେବଳ ଥଣ୍ଡା ଆଉ ମିଠା ଜିନିଷ ପିଇବାକୁ ଖୁବ୍ ମନ ହୋଇଥାଏ । କିନ୍ତୁ ବରଫ ମିଶା ଥଣ୍ଡା ପାଣିରେ ଗାଧୋଇଲେ, ପ୍ରାକୃତିକ ଭାବେ ଭୋକ ବଢି଼ଥାଏ ବୋଲି କୁହାଯାଉଛି । ତେଣୁ ଭୋକ ନ ହେଉଥିଲେ ଏହି କାମ ନିଶ୍ଚୟ କରନ୍ତୁ ।

ତ୍ୱଚାର ଚମକ ବୃଦ୍ଧି କରେ:

କୋଲ୍ଡ ସାଓ୍ଵାର ସ୍କିନ୍‌ ପୋର୍ସକୁ ଟାଇଟ୍‌ ରଖିବା ସହ ତ୍ୱଚାର ଲୋଚାକୋଚା ପଣକୁ ବି ଦୂର କରିବାରେ ସାହାଯ୍ୟ କରିଥାଏ। ଖରା ଯୋଗୁ ଝାଳ ମାଧ୍ୟମରେ ଶରୀରର ଅଧିକାଂଶ ଜଳୀୟ ଅଂଶ ବାହାରକୁ ଚାଲିଆସେ। ଏଭଳି ସ୍ଥିତିରେ ଥଣ୍ଡା ପାଣିରେ ଗାଧୋଇଲେ ତ୍ୱଚା ଶୀଘ୍ର ଜନିତ ସମସ୍ୟା ଦୂର ହେବା ସହ ରିଙ୍କଲ୍‌ ଫ୍ରି ରହିଥାଏ ।

ଶରୀରକୁ ରଖେ ମଜଭୁତ:

ବର୍ଷା ଦିନେ ଶୀଘ୍ର ଥଣ୍ଡା ଧରୁଥିବା ଲୋକ ଯଦି ଖରାଦିନେ ବରଫ ପାଣିରେ ଗାଧାନ୍ତି ତେବେ ତାଙ୍କ ଶରୀରର ଥଣ୍ଡା ସହ ଲଢ଼ିବା କ୍ଷମତା ବୃଦ୍ଧି ପାଇଥାଏ। ଏଭଳି ଅଭ୍ୟାସ କରିବ ଦ୍ୱାରା ବର୍ଷାଦିନେ ଆଉ ବାରମ୍ବାର ଥଣ୍ଡା ହୋଇନଥାଏ ।

Leave a Reply

Your email address will not be published. Required fields are marked *

Back to top button