ବିଜୟଙ୍କ କଥା ଶୁଣି ଲାଜେଇ ଗଲେ ତ୍ରିଶା, ଦେଲେ ଏଭଳି ପ୍ରତିକ୍ରିୟା

ତାମିଲ ସିନେମାର ସୁପରଷ୍ଟାର ଥାଲାପତି ବିଜୟ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । କେବଳ ଫ୍ୟାନ୍ସ ନୁହେଁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ତ୍ରିଶା କ୍ରିଷ୍ଣନ ସବୁଠାରୁ ଅଧିକ ଖୁସି ରହିଛନ୍ତି । ବିଜୟଙ୍କ ଶପଥ ସମାରୋହରେ ତ୍ରିଶାଙ୍କ ଚେହେରାରେ ଅଲଗା ଖୁସି ଦେଖିବାକୁ ମିଳିଛି । ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଶାଙ୍କ ମୁହଁରେ ନିଆରା ଖୁସି ରହିଛି ।
ନିକଟରେ ତ୍ରିଶା ଚେନ୍ନାଇର ରୋହିଣୀ ସିଲଭର ସ୍କ୍ରିନ୍ ଥିଏଟରରେ ତାଙ୍କ ଚଳଚ୍ଚିତ୍ର ‘କରୁପ୍ପୁ’ ର ଏକ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଫିଲ୍ମ ଶେଷ ହେବା ପରେ ଥିଏଟରରୁ ବାହାରକୁ ଆସିବା ମାତ୍ରେ ସେଠାରେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ଏହି ଗହଳି ମଧ୍ୟରେ ଜଣେ ପ୍ରଶଂସକ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟଙ୍କ ନାମ ନେଇଥିଲେ । ଏହା ପରେ ତ୍ରିଶାଙ୍କ ପ୍ରତିକ୍ରିୟା ଏବେ ଭାଇରଲ ହେବାରେ ଲାଗିଛି ।
ସେହିପରି ବିଜୟଙ୍କ ଶପଥ ସମାରୋହରେ ତ୍ରିଶାଙ୍କ ମୁହଁରେ ବେଶ୍ ଅଲଗା ଚମକ ଦେଖିବାକୁ ମିଳିଥିଲା । ଆଉ ଏହି ସମୟରେ ଭାବୁକ ମଧ୍ୟ ହୋଇଥିଲେ । ଏହି ସମାରୋହରେ ତ୍ରିଶା ଏକ ସୁନ୍ଦର ଟିଲ୍ ଏବଂ ଗୋଲଡେନ ଶାଢ଼ି ପିନ୍ଧିଥିଲେ । ସମାରୋହ ସମୟରେ ତାଙ୍କୁ ବିଜୟଙ୍କ ମାଆ ଶୋଭା ଏବଂ ତାଙ୍କ ବାପା ଏସ.ଏ. ଚନ୍ଦ୍ରଶେଖରଙ୍କ ସହିତ ବସିଥିବାର ଦେଖାଯାଇଥିଲା ।
ସୂଚନାଯୋଗ୍ୟ, ତ୍ରିଶା ଏବଂ ବିଜୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଗୁଜବ ବହୁତ ଦିନ ଚାଲିଛି । ତଥାପି ଉଭୟଙ୍କ ମଧ୍ୟରୁ କେହି କେବେ ଖୋଲାଖୋଲି ଭାବରେ ସ୍ବୀକାର କରିନାହାନ୍ତି । ତ୍ରିଶା ୨୦୧୫ରେ ବ୍ୟବସାୟୀ ବରୁଣ ମାନିଆନଙ୍କ ସହ ନିର୍ବନ୍ଧ କରିଥିଲେ । ହେଲେ ଏହି ଦମ୍ପତି କିଛି ମାସ ପରେ ଅଲଗା ହୋଇଗଲେ ।



