ଦେଶ- ବିଦେଶ

ଖାଦ୍ୟପ୍ରେୟରେ କମ୍ ଖର୍ଚ୍ଚ କରନ୍ତି ଭାରତୀୟ – Sahana Mela

[ad_1]


ନୂଆଦିଲ୍ଲୀ: ଭାରତୀୟ ଲୋକଙ୍କ ଘରୋଇ ଖର୍ଚ୍ଚକୁ ନେଇ ଏକ ସରକାରୀ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଗତ ୧୦ ବର୍ଷ ଭିତରେ ଭାରତୀୟଙ୍କ ଘରୋଇ ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଆସିଛି । ସେମାନଙ୍କ ଖର୍ଚ୍ଚ ଦୁଇ ଗୁଣ ବଢ଼ିଛି । ହେଲେ ଖାଦ୍ୟ ଓ ପାନୀୟରେ ଖର୍ଚ୍ଚ କମିଛି । ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିଛି । ପରିସଂଖ୍ୟାନ ମନ୍ତ୍ରଣାଳୟ ଏହି ରିପୋର୍ଟ ପ୍ରକାଶ କରିଛି ।

ଉକ୍ତ ରିପୋର୍ଟ ଅନୁସାରେ, ଭାରତୀୟ ପରିବାରର ଘରୋଇ ଖର୍ଚ୍ଚ ଗତ ଦଶ ବର୍ଷ ମଧ୍ୟରେ ଦୁଇ ଗୁଣ ବୃଦ୍ଧି ପାଇଛି । ହେଲେ ଖାଦ୍ୟ ସାମଗ୍ରୀ ଉପରେ ଖର୍ଚ୍ଚ କମ୍ ହେଉଛି । ଲୋକେ ପୋଷାକ, ଟେଲିଭିଜନ୍  ଓ ମନୋରଞ୍ଜନ ଜଡିତ ସାମଗ୍ରୀ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ରିପୋର୍ଟରେ ଏକ ଦଶନ୍ଧିର ତୁଳନା କରାଯାଇଛି । ୨୦୧୧ ଓ ୨୦୧୨ରେ ଗ୍ରାମାଞ୍ଚଳରେ ପ୍ରତିମାସରେ ଖାଦ୍ୟ ଓ ପାନୀୟ ଖର୍ଚ୍ଚ ୫୩ ପ୍ରତିଶତ ଥିଲା ।  ଏବେ ଏହା ହ୍ରାସ ପାଇ ୪୬.୪ ପ୍ରତିଶତ ରହିଛି । ସେହିପରି ସହରାଞ୍ଚଳରେ ଖଦ୍ୟପ୍ରେୟରେ ୪୨.୬ ପ୍ରତିଶତ ହ୍ରାସ ପାଇ ୩୯.୨ ପ୍ରତିଶତ ଖର୍ଚ୍ଚ ରହିଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ଅଣ ଖାଦ୍ୟ ସାମଗ୍ରୀ ଖର୍ଚ୍ଚ ୫୭.୪ ପ୍ରତିଶତ ବଢ଼ି ୬୦.୮ ପ୍ରତିଶତ ହୋଇଛି । ଯାହାକି ଗ୍ରାମାଞ୍ଚଳରେ ଏହା ୪୭ ପ୍ରତିଶତରୁ ବଢ଼ି ୫୩.୬ ପ୍ରତିଶତ ରହିଛି।

ଏହି ସରକାରୀ  ସର୍ଭେ ୨୦୨୨ ଅଗଷ୍ଟରୁ  ୨୦୨୩ ଜୁଲାଇ ମଧ୍ୟରେ କରାଯାଇଥିଲା । ଏହି ରିପୋର୍ଟରୁ ଆକଳନ କରାଯାଇଛି ସହରାଞ୍ଚଳରେ ଲୋକଙ୍କ ମୁଣ୍ଡପିଛା ଖର୍ଚ୍ଚ ବଢ଼ି ୬,୪୫୯ ଟଙ୍କା ହୋଇଛି । ୨୦୧୦ ଓ ୨୦୧୧ ମସିହାରେ ଏହି ଖର୍ଚ୍ଚ ପ୍ରାୟ ୨,୬୩୦ ଟଙ୍କା ଥିଲା । ଏହି ଅବଧିରେ ଗ୍ରାମାଞ୍ଚଳରେ ଏହାର ସଂଖ୍ୟା ୧,୪୩୦ ବୃଦ୍ଧି ପାଇ ଆନୁମାନିକ ୩,୭୭୩ ଟଙ୍କା ରହିଛି । ଗତ ୧୧ ବର୍ଷ ମଧ୍ୟରେ ଖାଦ୍ୟପ୍ରେୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଖର୍ଚ୍ଚ ଅଢ଼େଇ ଗୁଣ ବୃଦ୍ଧି ପାଇଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button