ଦେଶ- ବିଦେଶ

ଆସନ୍ତୁ ଜାଣିବା ବିଲ୍ ଗ୍ରେଡସଙ୍କ ସଫଳତାର ମନ୍ତ୍ର – Sahana Mela

[ad_1]

ନୂଆଦିଲ୍ଲୀ:  ପ୍ରତ୍ୟେକ ମଣିଷ ନିଜ ଜୀବନରେ ସଫଳତା ପାଇବାକୁ ଚାହିଁଥାନ୍ତି। କିଏ କାର୍ଯ୍ୟ କ୍ଷେତ୍ରରେ ତ ଆଉ କିଏ କ୍ୟାରିୟରରେ ଆଗକୁ ଯିବାକୁ ଚେଷ୍ଟା କରନ୍ତି।  ତେବେ ଯେଉଁ ମଣିଷ ସଚ୍ଚୋଟ ଏବଂ କଠିନ ପରିଶ୍ରମ କରିଥାଏ ସେ ସଫଳତା ପାଇଥାଏ। ଦୁନିଆରେ ବହୁତ ଲୋକ ଏପରି ଅଛନ୍ତି ସଫଳତା ପାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଲ୍ ଗେଟସ୍।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି, ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ଓ ସଫଳ ବିଜନେସମ୍ୟାନ ଭାବରେ ତାଙ୍କର କୋୖଣସି ପରିଚୟର ଆବଶ୍ୟକତା ନାହିଁ। ନିଜ କ୍ୟାରିୟର ଓ ବ୍ୟବସାୟରେ ସଫଳତା ପାଇବା ପାଇଁ ଲୋକେ ବିଲ୍ ଗେଟସଙ୍କୁ ଅନୁସରଣ କରିଥାଆନ୍ତି। ୧୩ ବର୍ଷ ବୟସରୁ ବିଲ୍ ଗେଟସ୍ କମ୍ପ୍ୟୁଟରେ କାମ କରିବା ଆରମ୍ଭ କରିଥିଲେ। ସେ ନିଜକୁ ଟେକନକ୍ରିଡ୍ କୁହନ୍ତି। ଆଜି ଆସନ୍ତୁ ଜାଣିବା ବିଲ୍ ଗେଟସଙ୍କ ସଫଳତାର ମନ୍ତ୍ର।

ଏକ ଭଲ ଟିମ୍ ଚୟନ କରିବା:

ବିଲ୍ ଗେଟସଙ୍କ ଅନୁସାରେ, କାର୍ଯ୍ୟକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଆସିଥାଏ। ଏହାର ମୁକାବିଲା କରିବାକୁ ଭଲ ଟିମ୍ ଚୟନ କରିବା ଉଚିତ।  ଏପରି ଏକ ଟିମ୍ ବାଛନ୍ତୁ ଭିନ୍ନ ଭିନ୍ନ ଦକ୍ଷତା ଥିବ।

ସମୟକୁ ଅପେକ୍ଷା କରନ୍ତୁ ନାହିଁ:

ବିଲ୍ ଗେଟସଙ୍କ ବିଶ୍ୱାସ କରନ୍ତି ଯେ କୌଣସି ବି କାମ କରିବାକୁ , ଆସନ୍ତାକାଲି ପର୍ଯ୍ୟନ୍ତ ଛାଡ଼ନ୍ତୁ ନାହିଁ। ଅନ୍ୟ କେଉଁ ଦିନ ଏହି କାମ ଶେଷ କରିଦେବି ଚିନ୍ତା କଲେ ସେହି କାମ ଶେଷ ହୋଇନଥାଏ। ତେଣୁ  ସେହି ସମୟରେ ହଁ ସେହି କାମ କରିବାକୁ ନିଷ୍ପିତ୍ତ ନିଅନ୍ତୁ।

ନାଁ କହିବା ଶିଖନ୍ତୁ:

ବିଲ୍ ଗେଟସ କହିଛନ୍ତି ଯେ , ଜୀବନରେ ବହୁତ ସୁଯୋଗ ଆସିବ। ହେଲେ ସବୁ କାମ କରିବାକୁ ରାଜି ହୁଅନ୍ତୁ ନାହିଁ। କିଛି କାମକୁ ନାଁ କହିବା ଶିଖନ୍ତୁ। ଯାହା ଆପଣଙ୍କ ପାଇଁ ଜରୁରୀ ସେହି କାମ ପାଇଁ ନିଜର ମୂଲ୍ୟବାନ ସମୟ ବାହାର କରନ୍ତୁ। କେଉଁ କ୍ଷେତ୍ରରେ ନାଁ କରିବାକୁ ପଡ଼ିଥାଏ ତାହା ମଧ୍ୟ ଶିଖିବା ଜରୁରୀ।

ରିସ୍କ ନିଅନ୍ତୁ:

ବିଲ୍ ଗେଟସ ପାଠ ପଢିବା ସମୟରେ ବ୍ୟବସାୟ କରିବାକୁ ମନ ସ୍ଥିର କରିଥିଲେ। ତେଣୁ ସେ ବିଶ୍ୱାସ କରନ୍ତି, ବେଳେ ବେଳେ ରିସ୍କ ନେବା  ଆବଶ୍ୟକ ହୋଇଥାଏ। କିନ୍ତୁ ନିଜ ଉପରେ ଏବଂ ଲକ୍ଷ୍ୟ ଉପରେ ଭରସା ରଖିବା ଦରକାର।

[ad_2]

Leave a Reply

Your email address will not be published. Required fields are marked *

Back to top button