ଖେଳ ଖବର

‘ବଳିଆ’ ଯୋଜାନରେ ଋଣ ସହାୟତା ୧ ଲକ୍ଷକୁ ବୃଦ୍ଧି – Sahana Mela

[ad_1]

ଭୁବନେଶ୍ୱର : ବୁଣାକାରମାନଙ୍କୁ ରାଜ୍ୟ ସରକାରଙ୍କର ଭେଟି । ଓଡ଼ିଶାର କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷରେ ‘ବଳିଆ’ ଯୋଜନାରେ ଋଣ ସହାୟତାକୁ ବୃଦ୍ଧି କରାଯାଇଛି । ଋଣ ସହାୟତା ରାଶି ୧ ଲକ୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିନା ସୁଧାରେ ବୁଣାକାରଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ । ୨୦୨୨-୨୩ ଆର୍ଥିକ ବର୍ଷରୁ ରାଜ୍ୟସରକାରଙ୍କ ଦ୍ବାରା ପ୍ୟାକେଜ ଘୋଷଣା କରାଯାଇଥଲା ।

ଏହି ଯୋଜନା ମାଧ୍ୟମରେ ସମସ୍ତ ବୁଣାକାରଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଦିଆଯିବା ବ୍ୟବସ୍ଥା ହୋଇଥିଲା । ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ ଋଣ ସହାୟତା ରାଶି ବଢାଇଦିଆଯାଇଛି। ଋଣ ରାଶିକୁ ୫୦ ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବଢାଇଛନ୍ତି ରାଜ୍ୟସରକାର । ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧ ଲକ୍ଷ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

[ad_2]

Leave a Reply

Your email address will not be published. Required fields are marked *

Back to top button