ରାଜନୀତି

ନବୀନ ବାବୁଙ୍କ ଅସଲ ଚେହେରା; ଦଳ ଭିତରେ ଚୁପ୍ ରହିଲେ ଦୁର୍ନୀତି ଚଳିବ, ପାଟି ଖୋଲିଲେ ଜେଲ ଯିବ: ଆପ୍ – Sahana Mela

[ad_1]


ଭୁବନେଶ୍ୱର: ବିଜେଡି ସରକାରଙ୍କୁ ଆମ୍ ଆଦମୀ ପାର୍ଟିର ଟାର୍ଗେଟ। ଦଳୀୟ ନେତା ଯେତେ ଅନ୍ୟାୟ କରିଲେ ସୁଦ୍ଧା ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆପର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର। ସେ କହିଛନ୍ତି, ସୋନପୁରର ବିଧାୟକ ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୁଦ୍ଧରେ ଏକ ମିଥ୍ୟା ଆଦିବାସୀ ପ୍ରମାଣପତ୍ର ଜାରି କରିଥିବାର ଅଭିଯୋଗ ୨୦୧୦ ମସିହାରେ ହୋଇଥିଲା। ସେ ଗୋବର୍ଦ୍ଧନ କାରକି ନାମକ ନେପାଳର ଜଣେ ବ୍ୟକ୍ତିଙ୍କୁ ସୋନପୁରର ବିଂଝାଲ ସମ୍ପ୍ରଦାୟର ଆଦିବାସୀ ବୋଲି ପ୍ରମାଣପତ୍ର ଦେଇଥିଲେ। ନବୀନ ବାବୁ ନକଲି ପ୍ରମାଣପତ୍ର ଧରିବା ପାଇଁ ଏସସି /ଏସଟି ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୫୫/ଏସଏସଡ଼ି/ଡେଟେଡ଼ ୧ .୧ .୨୦୧୦ରେ ଗଠିତ ରାଜ୍ୟ ସ୍ତରୀୟ ନିରୀକ୍ଷଣ ସମିତି ଦ୍ୱାରା ଏହାର ତଦନ୍ତ କରାଇଲେ।

ଏହି ସମିତି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ୨୦୧୪ ମେ ୧୭ ତାରିଖରେ ନିରଞ୍ଜନ ପୂଜାରୀଙ୍କ ବିରୁଦ୍ଧରେ ଅଭିଯୋଗର ସତ୍ୟତା ଥିବାରୁ ସୋନପୁର ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ପୋଲିସ ତୁରନ୍ତ ଗୋବର୍ଦ୍ଧନ କାରକିଙ୍କ ବିରୁଦ୍ଧରେ ଏଫ.ଆଇ.ଆର କରିଥିଲେ। ନିରଞ୍ଜନ ପୂଜାରୀ ରାଜ୍ୟ ସ୍ତରୀୟ ନିରୀକ୍ଷଣ ସମିତିକୁ ଏହି ନିର୍ଦ୍ଦେଶର ପୁନଃ ବିଚାର ପାଇଁ ଆବେଦନ କରିଥିବାରୁ ତାଙ୍କ ବିରୁଦ୍ଧରେ ଏଫଆଇଆର ହେଲାନାହିଁ।

ମାତ୍ର ସହକାରୀ ସରକାରୀ ଅଧିବ୍ୟକ୍ତା ପ୍ରଫୁଲ୍ଲ କୁମାର ମହାପାତ୍ର ରାଜ୍ୟ ସ୍ତରୀୟ ନିରୀକ୍ଷଣ ସମିତିର ନିଜ ନିର୍ଦ୍ଦେଶକୁ ବଦଳାଇବା ପାଇଁ କ୍ଷମତା ନାହିଁ ବୋଲି ସ୍ପଷ୍ଟ କଲେ। ତେଣୁ ସମିତି ନିଜର ପୂର୍ବ ନିଷ୍ପତ୍ତିକୁ ବଳବତ୍ତର ରଖିଲେ ଏବଂ ୨୦୧୬ ମସିହାରେ ନିରଞ୍ଜନ ପୂଜାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ନିଆଯାଇଥିବା ନିଷ୍ପତ୍ତିରେ ମୋହର ମାରିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ନିରଞ୍ଜନ ପୂଜାରୀଙ୍କ ବିରୁଦ୍ଧରେ ଏଫଆଇଆର ହୋଇନାହିଁ। ସାତ ବର୍ଷ ବିତିଯାଇଥିଲେ ମଧ୍ୟ ବିଭିନ୍ନ ବାହାନାରେ ମୁଖ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରମାଣିତ ଦୁର୍ନୀତି ଉପରେ ନିରବ ରହିଛନ୍ତି। ବିଜେଡିର ଗୋଟିଏ ଫର୍ମୁଲା- ଦଳ ମଧ୍ୟରେ ଚୁପ ଥାଇ ଯେତେ ଦୁର୍ନୀତି କଲେ ଚଳିବ। କିନ୍ତୁ ପାଟି ଖୋଲିଲେ ହିଁ ଜେଲ ଯିବାକୁ ପଡିବ। ଯାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡିଛି ବୋଲି ଆମ୍ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button