ଦେଶ- ବିଦେଶ

କିଏ ଏହି ଲେଡି ଡନ୍ ଅନୁରାଧା ଚୌଧୁରୀ, ଆନନ୍ଦପାଲଙ୍କ ସହ କ’ଣ ସମ୍ପର୍କ – Sahana Mela

[ad_1]


ନୂଆଦିଲ୍ଲୀ: ବିବାହ କରିବେ ରାଜସ୍ଥାନର କୁଖ୍ୟାତ ଲେଡି ଡନ୍ ଅନୁରାଧା ଚୌଧୁରୀ । ଅନୁରାଧା ହରିୟାଣାର ଗ୍ୟାଙ୍ଗଷ୍ଟାର କାଲା ଜାଥେଡି ଓରଫ ସନ୍ଦୀପଙ୍କୁ ବିବାହ କରିବେ । ଏହି ବିବାହ ପାଇଁ ତାଙ୍କୁ ପାରୋଲ ଅନୁମତି ଦେବାକୁ କାଲା କୋର୍ଟଙ୍କୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୧୨ ଏବଂ ୧୩ ରେ କୋର୍ଟ ୬ ଘଣ୍ଟା ପାଇଁ କଷ୍ଟଡି ପାରୋଲ ସହ ଉଭୟଙ୍କୁ ବିବାହ କରିବାକୁ ଅନୁମତି ଦେଇଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ଏହି ବିବାହ ମାର୍ଚ୍ଚ ୧୨ ରେ ଦିଲ୍ଲୀରେ ଏବଂ ମାର୍ଚ୍ଚ ୧୩ ରେ ହରିୟାଣାର ସୋନିପତରେ ସମ୍ପନ୍ନ ହେବାକୁ ଯାଉଛି। ଉଭୟ ଦିନ ବର ଏବଂ କନ୍ୟାଙ୍କୁ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବ ଆଦି ଚାରିଟି ରାଜ୍ୟ ପୁଲିସ ଜଗି ରହିବେ।

ରାଜସ୍ଥାନର ସିକର ଜିଲ୍ଲା ଲକ୍ଷ୍ମଣଗଡରେ ୧୯୮୭ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ଲେଡି ଡନ୍ ଅନୁରାଧା ଚୌଧୁରୀ । ଅନୁରାଧା ଛୋଟ ଥିବା ବେଳେ ହିଁ ତାଙ୍କ ମା’ ବିମଳା ଦେବୀଙ୍କ ମୃତ୍ୟୁ ହୋଇଥିଲା । ପିତା ରାମଦେବଙ୍କ ପାଖରେ ରହି ହିଁ ବଡ ହୋଇଛନ୍ତି ଅନୁରାଧା । ଫତେପୁର ଏବଂ ଅଜମେରରେ ଅନୁରାଧାଙ୍କ ପାଠ ପଢା ଶେଷ ହୋଇଛି । ସେ MBA ଡିଗ୍ରୀ ହାସଲ କରିଛନ୍ତି । କଲେଜରେ ପଢୁଥିବା ବେଳେ ହିଁ ଅନୁରାଧା ନିଜ ପରିବାରଲୋକଙ୍କ ବିରୋଧରେ ଯାଇ ଦୀପକ ମିଞ୍ଜ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଦୁହେଁ ଏକାଠି ସେୟାର ମାର୍କେଟରେ କାମ କରି ଖୁବ୍ ଟଙ୍କା ରୋଜଗାର କରିଥିଲେ । କିନ୍ତୁ ଅଚାନକ ଦୁହେଁଙ୍କ ଉପରେ ଠକେଇ ଅଭିଯୋଗ ହୋଇଥିଲା । ଏହାପରେ ଅପରାଧ ଦୁନିଆରେ ପାଦ ରଖିଥିଲେ ଅନୁରାଧା । ଏହି କାରଣରୁ ଦୀପକଙ୍କ ଠାରୁ ଅଲଗା ହୋଇଥିଲେ ଅନୁରାଧା ।

ଏହାପରେ ଅନୁରାଧା ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲଙ୍କ ସଂପର୍କରେ ଆସିଲେ । କିନ୍ତୁ ଜୁନ ୨୦୧୭ରେ ରାଜସ୍ଥାନ ପୋଲିସ ଆନନ୍ଦପାଲଙ୍କ ଏନକାଉଣ୍ଟର କରିଥିଲା । ସେତେବେଳକୁ ଅନୁରାଧା ମଧ୍ୟ ଅପରାଧ ଦୁନିଆର ଜଣେ ଜଣାଶୁଣା ଡନ୍ ହୋଇସାରିଥିଲେ । ତାଙ୍କ ନାମରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲା ଏବଂ ଗ୍ୟାଙ୍ଗଷ୍ଟାର ରାଜୁ ଠେହଟ ହତ୍ୟାକାଣ୍ଡରେ ମଧ୍ୟ ଅନୁରାଧାଙ୍କ ନାଁ ସାମ୍ନାକୁ ଆସିଥିଲା ।

ପୋଲିସ୍ ଏନକାଉଣ୍ଟରରେ ଆନନ୍ଦପାଲଙ୍କ ମୃତ୍ୟୁ ପରେ ଅନୁରାଧା କାଲାଙ୍କ ସହ ଯୋଗ ଦେଇଥିଲେ। ନିକଟରେ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ ସେ କହିଥିଲେ, ବର୍ତ୍ତମାନ ଜଣେ ସାଧାରଣ ଗୃହିଣୀ ପରି ବଞ୍ଚିବାକୁ ଏବଂ କାଲାଙ୍କ ପତ୍ନୀ ହେବାକୁ ଚାହୁଁଛି। ଅପରାଧ ଦୁନିଆରେ ଲେଡି ଡନ୍ ଭାବରେ ଜଣାଶୁଣା ଅନୁରାଧା ଆନନ୍ଦପାଲଙ୍କ ମୃତ୍ୟୁ ପରେ ବହୁ ବର୍ଷ ଧରି କୁଖ୍ୟାତ ଆନନ୍ଦପାଲଙ୍କ ଗ୍ୟାଙ୍ଗ ଚଳାଉଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button