ଦେଶ- ବିଦେଶ

ଆମେଠିରେ କଂଗ୍ରେସକୁ ଘାରିଛି ପରାଜୟର ଭୟ: ସ୍ମୃତି ଇରାନୀ – Sahana Mela

[ad_1]


ନୂଆଦିଲ୍ଲୀ: ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ଲୋକସଭା ନିର୍ବାଚନ ତାରିଖ। ଏହାପୂର୍ବରୁ ବିଜେପି-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଛ। ଗତଥର ଭଳି ଚଳିତ ଥର ମଧ୍ୟ ସେ କେରଳର ୱାୟାନାଡ ଏବଂ ୟୁପିରେ ଆମେଠିରୁ ନିର୍ବାଚନ ଲଢିବେ। ଆମେଠିର ବର୍ତ୍ତମାନର ଏମ୍‌ପି ସ୍ମୃତି ଇରାନୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।

ସ୍ମୃତି ଇରାନୀ ବର୍ତ୍ତମାନ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ସେମାନେ କୁହନ୍ତି ଆମେଠି କଂଗ୍ରେସର ଗଡ଼। ଯଦି ଏହା ହୁଏ, ତେବେ ସେମାନେ ଏଠାରେ ଜଣେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ କାହିଁକି ବିଳମ୍ବ କରୁଛନ୍ତି ? ଏହା ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ଦର୍ଶାଉଛି। ମୁଁ ଜାଣେ ନାହିଁ ଆମେଠିରୁ ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ କଂଗ୍ରେସ ଲୋକମାନେ ଏଠାରୁ ପ୍ରାର୍ଥୀ ଘୋଷଣା କରିବାକୁ ସାହସ କରିପାରୁ ନାହାଁନ୍ତି, ଏଥିରୁ ଜଣାପଡୁଛି ଯେ ସେମାନେ ଆମେଠିର ଶକ୍ତି ଅନୁଭବ କରିସାରିଛନ୍ତି। ସେମାନଙ୍କୁ ପୂର୍ବରୁ ପରାଜୟର ଭୟ ଘାରିଛି।

ସୂଚନା ଥାଉକି ୨୦୧୯ ଲୋକ ସଭା ନିର୍ବାଚନରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ୫୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସ୍ମୃତି ଇରାନୀଙ୍କୁ ୪ ଲକ୍ଷ ୬୮ ହଜାରରୁ ଅଧିକ ଭୋଟ ମିଳିଥିଲା। ରାହୁଲ ଗାନ୍ଧୀଙ୍କୁ ୪ ଲକ୍ଷ ୧୩ ହଜାର ଭୋଟ ମିଳିଥିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button