ରାଜନୀତି

ସାଧାରଣ ନିର୍ବାଚନ-୨୦୨୪ରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା – Sahana Mela

[ad_1]


ଭୁବନେଶ୍ୱର: ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊଦ୍ଧ୍ୱର୍)ଭୋଟରଙ୍କ ମତଦାନ ବଢାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହି ସଂକ୍ରାନ୍ତରେ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଅଭାସୀ ବୈଠକ ମାଧ୍ୟମରେ ସମସ୍ତ ରାଜ୍ୟର ପ୍ରସ୍ତୁତି ବିଷୟରେ ସମୀକ୍ଷା କରାଯାଇଥିଲା। ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଓଡ଼ିଶାରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁବିଧା ସମ୍ପନ୍ନ କରିବା ପାଇଁ ଯାହା ସବୁ ଅନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି, ସେ ବିଷୟରେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ସବିଶେଷ ତଥ୍ୟ ରଖାଯାଇଥିଲା।

ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ୦୫-୦୧-୨୦୨୪ ପର୍ଯ୍ୟନ୍ତ ଭୋଟର ତାଲିକାରେ ସର୍ବମୋଟ ୪,୫୭,୮୨୭ ଜଣ ପଞ୍ଜିକୃତ ଭିନ୍ନକ୍ଷମ ଭୋଟରଙ୍କ ନାମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଇ-ରୋଲ ରେ ୧୨ ପ୍ରତିଶତ ବୃଦ୍ଧି ହୋଇ ୫,୧୬,୩୩୦ ଜଣ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ଅଧିକରୁ ଅଧିକ ସଂଖ୍ୟକ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରି ଇ-ରୋଲରେ ଚିହ୍ନିତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସକ୍ଷମ ମୋବାଇଲ ଆପ୍ଲିକେଶନରେ ଏହି ଚିହ୍ନଟ ପ୍ରକ୍ରିୟା କରାଯାଇ ପାରିବ । ଏହା ସହ ଭୋଟର ତାଲିକାରେ ଚିହ୍ନିତ ହୋଇଥିବା ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ରହିଥିବା ଭୋଟର ନିଜେ ଘରୁ ମତଦାନ କରିବା ପାଇଁ ରିଟର୍ନିଙ୍ଗ ଅଫିସରଙ୍କଠାରେ ଆବେଦନ କରିପାରିବେ।

ରାଜ୍ୟରେ ବର୍ତ୍ତମାନ ରହିଥିବା ୩୭୮୦୯ ବୁଥ ପାଇଁ ୩୯୯୯୯ ହୁଇଲ୍‌ ଚେୟାରର ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରୁ ବର୍ତ୍ତମାନ ଯାଏଁ ୧୪୦୫୪ ଟି ହୁଇଲ ଚେୟାର ଜିଲ୍ଲା ସ୍ତରକୁ ପଠାଯାଇ ସାରିଛି ଓ ବାକି ସମସ୍ତ ହୁଇଲ ଚେୟାର ମାର୍ଚ୍ଚ ୩୦ ସୁଦ୍ଧା ପଠାଇ ଦିଆଯିବ । ସମସ୍ତ ବୁଥରେ ବିନା ଅସୁବିଧାରେ ହୁଇଲ ଚେୟାର ଯାତାୟାତ କରିବା ପାଇଁ ରେଲିଙ୍ଗର ବ୍ୟବସ୍ଥା ମଧ୍ୟ ରହିବ । ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊଦ୍ଧ୍ୱର୍) ଭୋଟରଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ସ୍ତରରେ ଏକ ହେଲ୍‌ପଲାଇନ ମଧ୍ୟ କାର୍ଯ୍ୟ କରିବ । ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊଦ୍ଧ୍ୱର୍) ଭୋଟରମାନେ ମତଦାନ କେନ୍ଦ୍ରକୁ ଆସିବାରେ ଯେମିତି କୌଣସି ବାଧା ନ ଉପୁଯିବ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ପ୍ରଶିକ୍ଷଣ ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍‌ ଏକାଡେମିଠାରେ ଜିଲ୍ଲାସ୍ତରର ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମି ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ ଓ ଅବାଧ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରର ବରିଷ୍ଠ ପୋଲିସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ତାଲମି ଦିଆଯାଇଥିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button