ଦେଶ- ବିଦେଶ

ବେଙ୍ଗଲରେ ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ସାଂସଦ କୁନାର ହେମ୍ବ୍ରମ – Sahana Mela

[ad_1]


କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ଲାଗିଲା ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ବେଙ୍ଗଲର ଝାରଗ୍ରାମରୁ ବିଜେପି ସାଂସଦ କୁନାର ହେମ୍ବ୍ରମ । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପି ସଭାପତି ଜେପି ନଡାଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ।

ବେଙ୍ଗଲ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ‘କିଛି ଦିନ ପୂର୍ବରୁ ତାଙ୍କ ନିଷ୍ପତ୍ତି ବିଷୟରେ ହେମ୍ବ୍ରମ ଦଳକୁ ଅବଗତ କରାଇଥିଲେ।’ ତେବେ ଲୋକସଭା ନିର୍ବାଚନ ପୂର୍ବରୁ ହେମ୍ବ୍ରମଙ୍କ ଏହି ଇସ୍ତଫା ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି । ପରାଜୟର ଭୟ କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି ତୃଣମୁଳ କଂଗ୍ରେସ କହିଛି। ଟିଏମସି ସାଂସଦ ଶାନ୍ତନୁ ଦାସ କହିଛନ୍ତି ଯେ, ‘ତାଙ୍କୁ ଜଣା ଅଛି ଯେ ସେମାନେ ଏହି ଆସନରୁ ହାରିବେ। ତେଣୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।‘

ସେପଟେ କୁନାର ହେମ୍ବ୍ରମ କହିଛନ୍ତି ଯେ, ମୁଁ ମୋ ଇସ୍ତଫା ପତ୍ରବ ପଠାଇଛି କିନ୍ତୁ ତାହା ଗ୍ରହଣ କରାଯାଇଛି କି ନାହିଁ ମୁଁ ଏଯାବତ୍ ଜାଣି ନାହିଁ । ହେମ୍ବ୍ରମ ଆହୁରି ମଧ୍ୟ କହିଛନ୍ତି ଯେ, ‘ ବର୍ତ୍ତମାନ ସୁଦ୍ଦା ମୁଁ କୌଣସି ଦଳ ସହ ଯୋଗାଯୋଗରେ ନାହିଁ । ଏବେ ମୁଁ ରାଜନୀତି ଛାଡିବାକୁ ଚାହୁଁଛି । ମୁଁ ଆଉ ରାଜନୀତିରେ ପଶିବାକୁ ଚାହୁଁ ନାହିଁ।‘

ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ୪୨ ଟି ଲୋକସଭା ଆସନ ଅଛି, ସେଥିମଧ୍ୟରୁ ବିଜେପି ୨୦୧୯ରେ ୧୮ ଟି ସିଟ୍ ଜିତିଥିଲା । କହିବାକୁ ଗଲେ ବେଙ୍ଗଲରେ ବିଜେପି କିଛି ମାତ୍ରାରେ ସଫଳତା ହାସଲ କରିଥିଲା । ସେପଟେ ଟିଏମସି ୨୨ ଟି ସିଟ୍ ଜିତିଥିବାବେଳେ କଂଗ୍ରେସ ମାତ୍ର ୨ ଟି ସିଟ୍ ଜିତିଥିଲା। କିନ୍ତୁ ଚଳିତବର୍ଷ ବିଜେପି ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଛି, ଯେଉଁଥିପାଇଁ ସେ ବଙ୍ଗଳାରେ ଅତି କମରେ ୩୦ ଟି ସିଟ୍ ଜିତିବାକୁ ଚାହୁଁଛନ୍ତି। ଏଥିପାଇଁ ଦଳ କଠିନ ପରିଶ୍ରମ ଆରମ୍ଭ କରିଛି।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button