ଦେଶ- ବିଦେଶ

ୟୁରୋପରେ ପ୍ୟାରେଟ ଫିଭର ନେଲାଣି ୫ଜଣଙ୍କ ଜୀବନ – Sahana Mela

[ad_1]


ନୂଆଦିଲ୍ଲୀ: ୟୁରୋପରେ ପ୍ୟାରେଟ ଫିଭର ତାର କାୟା ବିସ୍ତାର କରିବାରେ ଲାଗିଛି । ଏଥିରେ ଅନେକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି । ଗତ ବର୍ଷ ନଭେମ୍ବର ଓ ଡିସେମ୍ବର ପରେ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ୟାରେଟ ଫିଭର କ୍ଲେମିଡୋଫିଲା ସିଟ୍ଟାସୀ ନାମକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପିଥାଏ । ଏହା ସାଧାରଣତଃ ପକ୍ଷୀମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏବେ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷମାନଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଯିବା ସହ ବ୍ୟାପିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଥିନେଇ ସତର୍କ ହୋଇ ଉଠିଛି ।

ଏଥିରେ ସଂକ୍ରମିତ ମନୁଷ୍ୟ ନିକଟରେ ଜ୍ୱର, କମ୍ପନ, ମୁଣ୍ଡବିନ୍ଧା, ଶୁଖିଲା କାଶ ଓ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଠିକଣା ସମୟରେ ଉପଯୁକ୍ତ ଆଂଟିବାୟୋଟିକ ଦ୍ୱାରା ଏହାର ଚିକିତ୍ସା କରାଗଲେ ରୋଗୀ ବିପଦମୁକ୍ତ ହୋଇଥାଏ । ନିମୋନିଆ ଆଡେ ଯେପରି ରୋଗ ନ ଯିବ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । ରୋଗୀଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରିବା ଆବଶ୍ୟକ ନାହିଁ ବୋଲି ହୁ ପକ୍ଷରୁ କୁହାଯାଇଛି । ମନୁଷ୍ୟ ମଧ୍ୟରେ ଏହି ସଂକ୍ରମଣ କିଭଳି ବ୍ୟାପୁଛି ଏବଂ ଏହା କେତେ ବିପଦ ବୈଜ୍ଞାନିକମାନେ ପରୀକ୍ଷଣ କରୁଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button