ରାଜନୀତି

ଦିଲ୍ଲୀରୁ ଆସିଲା ଡାକରା: ପୁଣି ପ୍ରଭାରୀଙ୍କ ସହ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ – Sahana Mela

[ad_1]


ଭୁବନେଶ୍ୱର: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ହେଲେ ସ୍ପଷ୍ଟ ହେଉନି ମେଣ୍ଟ ଗଣିତ। ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଆସିଲା ଦିଲ୍ଲୀ ଡାକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ।

ସବୁ ସିଟ ଉପରେ ଆଲୋଚନା ହେବ । ପର୍ଯ୍ୟବେକ୍ଷକ ମାନଙ୍କଠାରୁ ରିପୋର୍ଟ ଉପରେ ଆଲୋଚନା ହେବ । କିନ୍ତୁ ମେଣ୍ଟ ଉପରେ ହୋଇନାହିଁ ଚର୍ଚ୍ଚା। ଅତୀତରେ ବିଜେଡ଼ି ମେଣ୍ଟ ସମର୍ଥନ ଦେଇଥିଲା । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଉପରେ ଆଲୋଚନା ହେବ । ମୋ ଜାଣିବାରେ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ । ଶନିବାର ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ବିଧାନସଭାରେ ୮୦ ଓ ଲୋକସଭାରେ ୧୬ରୁ ଅଧିକ ଆସନରେ ଜିତିବ ବୋଲି ଖୋଦ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ ଉଭୟ ଦଳ ଭିତରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ବିଜେପି ୮୦ରୁ ଅଧିକ ସିଟ ପାଇ ସରକାର ଗଢିବୁ । ଲୋକସଭାରେ ୧୬ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର କହିଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button