ଖେଳ ଖବର

ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଦୌଡରୁ ବାଦ ପଡିଲେ ଭାରତର ବଜରଙ୍ଗ ପୁନିଆ, ରବି ଦାହିୟା – Sahana Mela

[ad_1]


ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ବଜରଙ୍ଗ ପୁନିଆ ଓ ରବି ଦାହିୟା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ସେମାନେ ଆଗାମୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଚୟନ ପାଇଁ ଆୟୋଜିତ ଟ୍ରାଏଲରେ ପରାଜିତ ହୋଇଛନ୍ତି । ଡବ୍ଲ୍ୟୁଏଫଆଇର ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ବଜରଙ୍ଗ ମୂଖ୍ୟ ଚେହେରା ସାଜିଥିଲେ । ପୁରୁଷ ଫ୍ରିଷ୍ଟାଇଲ ୬୫ କିଗ୍ରାରେ ସେମିଫାଇନାଲରେ ସେ ରୋହିତ କୁମାରଙ୍କ ନିକଟରୁ ୧-୯ରେ ହାରିଥିଲେ । ଏହା ପୂର୍ବରୁ ରବିନ୍ଦରଙ୍କ ବିପକ୍ଷରେ ସେ ବହୁ କଷ୍ଟରେ ବିଜୟ ହାସଲ କରିଥିଲେ । ପୁନିଆ କ୍ୱାଲିଫିକେଶନ ଦୌଡରୁ ବାହାରିବା ପରେ ସେ ରାଗରେ ସାଇ କେନ୍ଦ୍ରରୁ ପଳାଇ ଯାଇଥିଲେ ।

ନାଡା ଅଧିକାରୀ ପୂନିଆଙ୍କ ଡୋପ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବାକୁ ଚାହୁଥିବା ମଧ୍ୟ ସେ ସହଯୋଗ କରି ନ ଥିଲେ । ଏପରିକି ସେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ହେବାକୁ ଥିବା ମୁକାବିଲାରେ ମଧ୍ୟ ଅଂଶଗ୍ରହଣ କରି ନ ଥିଲେ । ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ସେ ରୁଷରେ ପ୍ରଶିକ୍ଷଣ ନେଇଥିଲେ ।

ପୁରୁଷ ୫୭ କିଗ୍ରା ବିଭାଗରେ ରବି ଦାହିୟା ୧୩-୧୪ରେ ଅମନ ସୋହାରାୱତଙ୍କ ନିକଟରୁ ହାରି ଯାଇଥିଲେ । ଅମନ ୨୦୨୩ରେ ପ୍ରାୟ ସମସ୍ତ ଟୁର୍ଣ୍ଣାମେଂଟରେ ପଦକ ଜିତି ପ୍ରଭାବିତ କରିଛନ୍ତି । ଟ୍ରାଏଲ ବିଜେତାଙ୍କୁ ଏସୀୟ ଓ ବିଶ୍ୱ ଅଲିମ୍ପିକ କ୍ୱାଲିଫାୟର ଖେଳିବା ପାଇଁ ସୁଯୋଗ ମିଳିବ । ରେସଲିଂରେ ଭାରତ ପକ୍ଷରୁ କେବଳ ମହିଳା ୫୩ କିଗ୍ରା ବିଭାଗରେ ଅନ୍ତିମ ପଙ୍ଘାଲ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button