ଦେଶ- ବିଦେଶ

ନାସା ଜାରି କଲା ବୃହସ୍ପତିର ଏକ ବିରଳ ଚିତ୍ର, ଯାହା ପୃଥିବି ଠାରୁ ୨ଗୁଣ ବଡ – Sahana Mela

[ad_1]


ନୂଆଦିଲ୍ଲୀ: ସ୍ପେସ ଏଜେନ୍ସି ନାସା ତରଫରୁ ସବୁବେଳେ ବିଶ୍ଵ ବ୍ରହ୍ମାଣ୍ଡକୁ ନେଇ କିଛି ନା କିଛି ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଜାରି କରାଯାଇଥାଏ । ଏଥର ଏହି ସ୍ପେସ୍ ଏଜେନ୍ସି ତାହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମହାକାଶଯାନ ଜୁନୋ ଦ୍ୱାରା ଉତ୍ତୋଳନ କାରାଯାଇଥିବା ବୃହସ୍ପତି ଉପରେ “ଗ୍ରେଟ୍ ରେଡ୍ ସ୍ପଟ” ର ଏକ ଆଶ୍ଚର୍ଯ୍ୟଜନକ ଫଟୋ ସେୟାର କରିଛି | ବୃହସ୍ପତି ଉପରେ ଥିବା “ଗ୍ରେଟ୍ ରେଡ୍ ସ୍ପଟ୍” ହେଉଛି ଏକ ଝଡ ଯାହା ପୃଥିବୀର ଦୁଇଗୁଣ ଏବଂ ଏହା ୩୫୦ ବର୍ଷରୁ ଅଧିକ ସମୟ ଧରି ବିଦ୍ୟମାନ ଅଛି |

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନାସା ଲେଖିଛି, ‘ଆମର ମହାକାଶଯାନ ଜୁନୋ ପ୍ରାୟ ୮,୬୪୮ ମାଇଲ (୧୩,୯୧୭ କିଲୋମିଟର) ଦୂରରୁ ବୃହସ୍ପତିର ଗ୍ରେଟ ରେଡ୍ ସ୍ପଟର ରିଅଲ ରଙ୍ଗିନ ଫଟୋ ଉତ୍ତଳନ କରିଛି । ନାସା କହିଛି ଯେ, ଝଡର ଏହି ଆକାର ଧୀରେ ଧୀରେ ହ୍ରାସ ପାଉଛି। ଏହାର ଉଚ୍ଚତା ଆଠ ଗୁଣ ଏବଂ ମୋଟେଇ ଏକ ତୃତୀୟାଂଶ ହ୍ରାସ ପାଉଛି।

ନାସା ଏହା ମଧ୍ୟ ଜଣାଇଛି ଯେ, ‘ବୈଜ୍ଞାନିକଙ୍କ କହିବା ଅନୁସାରେ ଆମର ସୌର ପ୍ରଣାଳୀର ସବୁଠାରୁ ପ୍ରତିଷ୍ଠିତ ଝଡ ୩୫୦ ବର୍ଷରୁ ଅଧିକ ସମୟ ଧରି ଜାରି ରହିଛି । କିନ୍ତୁ ଏହି ତଥ୍ୟରୁ ଏହା ଧିରେ ଧିରେ ହ୍ରାସ ପାଉଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଏହା ଆଠ ଗୁଣ ଅର୍ଥାତ ଏକ ତୃତୀୟାଂଶ ହ୍ରାସ ପାଇଛି । କାରଣ ୧୯୭୯ ରେ ଆମର ବୋୟାଜର୍ ମହାକାଶଯାନ ଦ୍ୱାରା ଏହାକୁ ମାପ କରାଯାଇଥିଲା । ସେବେଠାରୁ ଏହାର ଆକାରରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଥିଲା |

ନାସା ଆହୁରି ମଧ୍ୟ ଲେଖିଛି ଯେ, ଦ ଗ୍ରେଟ ରେଡ ସ୍ପଟ ଏବେ ମଧ୍ୟ ପୃଥିବିଠାରୁ ଦୁଇ ଗୁଣ ବଡ । ବୃହସ୍ପତି ଉପରେ ଏହି ଝଡକୁ ଦୁର୍ବଳ କରିବା ପାଇଁ କୌଣସି ଦୃଢ ଭୂମି ନାହିଁ । ତେଣୁ ଗ୍ରେଟ୍ ରେଡ୍ ସ୍ପଟରେ ପବନ ଘଣ୍ଟା ପ୍ରତି ୪୦୦ ମାଇଲ୍ ବେଗରେ ବୋହିଥାଏ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button