ଜେଜେପିଠୁ ବିଜେପିର ମୋହଭଙ୍ଗ, ଜାଣନ୍ତୁ ହରିୟାଣା ହଲଚଲ୍ ପଛର ଇନସାଇଡ ଷ୍ଟୋରୀ – Sahana Mela

[ad_1]
ଚଣ୍ଡିଗଡ: ନିର୍ବାଚନର ଠିକ୍ ପୂର୍ବରୁ ହରିୟାଣାରେ ଭାଙ୍ଗିବ କି ମନୋହର-ଚୌଟାଲା ଜୋଡି? ସମ୍ଭାବ୍ୟ ମୋହଭଙ୍ଗ ପଛର କାରଣ ଚାଷୀ ଆନ୍ଦୋଳନ କୁହାଯାଉଛି । ତେବେ ଲୋକସଭା ଭାଗ ନ ଛିଣ୍ଡିବାରୁ ବିଜେପି-ଜେଜେପି ମଧ୍ୟରେ ବ୍ରେକ୍ ଅପ ହୋଇପାରେ ବୋଲି ଚର୍ଚା ହେଉଛିା କୁହାଯାଉଛି, ଆଗାମୀ ନିର୍ବାଚନରେ ୨ଟି ଲୋକସଭା ସିଟ୍ ଚାହୁଁଥିଲା ଜେଜେପି । କୁରୁକ୍ଷେତ୍ର ଓ ସିରସା ଦେବାକୁ ରାଜିଥିଲା ବିଜେପି । ହେଲେ ହିସାର ସିଟ୍ ପାଇଁ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଅଡି ବସିଥିବା ଚର୍ଚ୍ଚା ହେଉଛି । ହେଲେ କୌଣସି ସ୍ଥିତିରେ ହିସାର ଓ ଭିୱାନି ଆସନ ଦେବାକୁ ରାଜିନଥିଲେ ଖଟ୍ଟର । ହିସାର ଜେଜେପି ଖାତାକୁ ଯିବା ଆଶଙ୍କାରେ ବିଜେପି ଛାଡିଥିରେ ବ୍ରଜେନ୍ଦ୍ର ସିଂହ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ମତଭେଦ ହୋଇଥିବା କୁହାଯାଉଛି । ସେହିପରି ମେଂଟରେ ରହି ମଧ୍ୟ ନିଜ ସଂଗଠନର ବିସ୍ତାର କରିଚାଲିଥିଲା ଜେଜେପି । ଯାହାକୁ ନେଇ ବିଜେପିର ଅସନ୍ତୋଷ ରହିଥିଲା । ଏବେ ହରିୟାଣାର ସମସ୍ତ ୧୦ସିଟରେ ବିଜେପି ସାଂସଦ ରହିଛନ୍ତି । ମେଂଟ ଭାଙ୍ଗିଲେ ଏକା ସବୁ ସିଟରେ ଲଢିପାରେ ବିଜେପି ।
ଜେଜେପି ସହ ବ୍ରେକ ଅପ୍ ବିଜେପି ପାଇଁ ଲାଭ ନା କ୍ଷତି?
ରାଜ୍ୟରେ ଜାଠ୍ ଭୋଟ୍ ଭାଗ ହେଲେ ଲାଭରେ ରହିବ ବିଜେପି । ହରିୟାଣାରେ ଜାଠ୍ ଭୋଟ୍ ବ୍ୟାଙ୍କ କଂଗ୍ରେସ ସହ ରହିଛି । ଜେଜେପି ସେଥିରୁ ଭାଗ ନେବାକୁ ରେସରେ ରହିଲେ ଭୋଟ୍ କମିବ, ଫଳରେ ଲାଭ ପାଇବା ଆଶାରେ ରହିଛି ବିଜେପି । ମହୋହର ଲାଲ୍ ଖଟ୍ଟର ପଞ୍ଜାବୀ ସମୁଦାୟର । ନାୟବ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରି ହରିୟାଣାରେ ପଞ୍ଜାବୀ ଓ ଓବିସି ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରୁଛି ବିଜେପି । ଜାଠ୍ ସଂରକ୍ଷଣ ହେଉ କି ମହିଳା ରେସଲରଙ୍କ ପ୍ରସଙ୍ଗ ବିଜେପିକୁ ନେଇ ଜାଠ ସମାଜ ମନରେ ଅସନ୍ତୋଷ ରହିଛି । ଏହାକୁ ମ୍ୟାନେଜ କରିବା ପାଇଁ ଜଣେ ଜାଠ୍ ନେତାଙ୍କୁ ଡେପୁଟି ସିଏମ୍ ପଦ ଦେଇପାରେ ବିଜେପି । ହରିୟାଣାରେ ୨୩ପ୍ରତିଶତ ସହ ସବୁଠୁ ଅଧିକ ଭୋଟର ଜାଠ ସମାଜର । ରାଜ୍ୟର ମୋଟ୍ ୯୦ ବିଧାନସଭା ଆସନରୁ ୪୦ଟିରେ ଜାଠ୍ ଭୋଟରଙ୍କ ଦବଦବା ରହିଛି । ସେହିପରି ବ୍ରାହ୍ମଣ, ପଂଜାବୀ ଓ ବଣିଆ ସମାଜର ୨୯ରୁ ୩୦ ପ୍ରତିଶତ ଭୋଟ୍ ବ୍ୟାଙ୍କ ରହିଛି । ଏହା ସହ ପଛୁଆ ବର୍ଗର ୨୪ରୁ ୨୫ପ୍ରତିଶତ ଭୋଟ୍ ବିଜେପି ସପକ୍ଷରେ ଆସିଲେ ହରିୟାଣା ଜିତିବାକୁ ସମସ୍ୟା ହେବନି । ଭୋଟ୍ ବ୍ୟାଙ୍କ ହିସାବ କହୁଛି ଜେଜେପି ହାତ ଛାଡିଲେ ବି ବିଜେପିକୁ ସେମିତି ସମସ୍ୟା ହେବନି ।
ହରିୟାଣା ହଲଚଲ୍ ପରେ କଣ ହେବ ଖଟ୍ଟରଙ୍କ ଭବିଷ୍ୟତ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ କୁହାଯାଉଥିବା ଖଟ୍ଟର କେନ୍ଦ୍ର ରାଜନୀତିରେ ଏଂଟ୍ରି ନେଇପାରନ୍ତି । କରନାଲରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ଖଟ୍ଟର । ନହେଲେ ବିଜେପି ସଂଗଠନର ବଡ ପଦ ସମ୍ଭାଳିପାରନ୍ତି । କରନାଲରେ ଏବେ ଖଟ୍ଟରଙ୍କ ଘନିଷ୍ଠ ସଂଜୟ ଭାଟିଆ ସାଂସଦ ଅଛନ୍ତି । ତାଙ୍କ ଜାଗାରେ ଲୋକସଭାକୁ ଯିବା ଖଟ୍ଟରଙ୍କ ପାଇଁ ସହଜ ହେବ । ସେପଟେ ବିଜେପି ସହ ମେଂଟ ଭାଙ୍ଗିବା ପରେ ଜେଜେପିରେ ଅନ୍ତକନ୍ଦଳ ନେଇ ଚର୍ଚ୍ଚା ହେଉଛି ।
[ad_2]