ରାଜ୍ୟ

ଘାଟିରେ ଓଲଟିଲା ସ୍କୁଲ ବସ ପିଇଟି ଟିଚର ମୃତ,୨୦ ଛାତ୍ରଛାତ୍ରୀ ଆହତ – Sahana Mela

[ad_1]

ଉମରକୋଟ : ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ I ଏଥିରେ ଖେଳ ଶିକ୍ଷକଙ୍କ ମୃତ୍ୟୁ ଘଟିବା ସହିତ ୨୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି I ଘାଟିରେ ମୋଡ଼ କାଟି ନପାରି ଭାରସାମ୍ୟ ହରାଇ ବସ ଟି ଓଲଟି ପଡିଥିବା ସୂଚନା ମିଳିଛି I ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗଦେବାକୁ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀଙ୍କୁ ନେଇ ବସଟି ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୃତ ଶିକ୍ଷକ ଜଣକ ହେଲେ ବିବେକାନନ୍ଦ ସ୍କୁଲ ର ଖେଳ ଶିକ୍ଷକ ଇ ସେ ପିଲାମାନଙ୍କୁ ନେଇ ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ I

[ad_2]

Leave a Reply

Your email address will not be published. Required fields are marked *

Back to top button