ସ୍ୱାସ୍ଥ୍ୟ

କର୍କଟ , ଡାଇବେଟିସ୍ ଭଳି ରୋଗ ଆଶଙ୍କାକୁ କମ୍ କରେ ମସରୁମ୍ – Sahana Mela

[ad_1]


ନୂଆଦିଲ୍ଲୀ : ମସରୁମ୍ ଖାଇବାକୁ କିଏ ବା ନ ଭଲ ପାଆନ୍ତି  । କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତି କି , ଆସନ୍ତୁ ଜାଣିବା । ମସରୁମ୍ ହେଉଛି ଏପରି ଏକ ଖାଦ୍ୟ ଯେଉଁଥିରେ କ୍ୟାଲୋରୀ କମ୍ ଥାଏ  । ଏବଂ ଏଥିରେ ଅନେକ ପ୍ରୋଟିନ୍ ଫାଇବର ମିଳିଥାଏ  । ଏହା ବ୍ୟତୀତ ଆଣ୍ଟି ଅକ୍ସିଡାଣ୍ଟ  ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ  । ଯାହା କର୍କଟ , ଡାଇବେଟିସ୍ ଭଳି ରୋଗର ଆଶଙ୍କାକୁ କମ୍ କରିଥାଏ  ।

ଏଥିରେ ସେଲେନିୟମ୍ , ତମ୍ବା, ଥିଏମାଇନ୍ , ଫସଫରସ୍ , ଜିଙ୍କୁ ଆଦି ପ୍ରଚୁର ପରିମାଣରେ ଥାଏ  ।  କେବଳ ଏତିକି ନୁହେଁ ଭିଟାମିନ୍ ଡି ଏବଂ ମିନେରାଲ୍ସ ମଧ୍ୟ ରହିଥାଏ  । ଯାହା ଆମ ହାଡ ମଜବୁତ୍ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ  । ଯଦି ଆପଣ ବ୍ଲଡ ପ୍ରେସର ରୋଗୀ , ତେବେ ମସରୁମ୍ ଖାଇବା ସ୍ବାସ୍ଥ୍ୟପକ୍ଷେ ଭଲ  । ଏଥିରେ ଥିବା ପୋଟାସିୟମ ରକ୍ତଚାପ ହ୍ରାସ କରେ । ଏଥିରେ କମ୍ ସୋଡିୟମ୍ ଥାଏ  । ତେଣୁ ଏହା ରକ୍ତଚାପ  ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ  । ଏହା ଓଜନ ହ୍ରାସରେ ମଧ୍ୟ ସହାୟକ ହୁଏ  ।



[ad_2]

Leave a Reply

Your email address will not be published. Required fields are marked *

Back to top button