‘କିଏ ଏହି ଶ୍ରଦ୍ଧା ? ନବୀନ ନିବାସକୁ କାହିଁକି ରହିଛି ଅବାଧ ପ୍ରବେଶ ?’ – Sahana Mela
[ad_1]
ଭୁବନେଶ୍ୱର: ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ । ଶ୍ରଦ୍ଧା ନାମ୍ନୀ ଜଣେ ମହିଳାଙ୍କ ନାଁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ।
ସାମ୍ବାଦିକମାନଙ୍କୁ ମିଶ୍ର କହିଛନ୍ତି, ରାଜ୍ୟରେ ଗଣତନ୍ତ୍ର ଭୁଶୁଡି ପଡିଲାଣି । ବିଧାନସଭାରେ ବିରୋଧୀ ଦଳ ପାଇଁ ଗୋଟେ ନିୟମ ଏବଂ ସରକାରଙ୍କ ପାଇଁ ଗୋଟେ ନିୟମରେ କାମ ହେଉଛି । ଏ ସରକାର ସୁପ୍ରିମକୋର୍ଟଙ୍କ ନିୟମ ବି ମାନୁ ନାହାନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ଶ୍ରଦ୍ଧା ନାମ୍ନୀ ଜଣେ ମହିଳା ନବୀନ ନିବାସକୁ ଅବାଧରେ ଯାଉଛନ୍ତି । ଯେଉଁଠି କ୍ୟାବିନେଟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାଲାଗି ଅନୁମତି ମିଳୁନି ସେଠି ଏ ମହିଳା କିପରି ଅବାଧରେ ନବୀନ ନିବାସକୁ ଯାଇ ପାରୁଛନ୍ତି ? ଏ ମହିଳାଙ୍କୁ ସରକାରୀ କ୍ୱାର୍ଟର ମିଳିଛି କି ? ଯଦି ମିଳିଛି କାହିଁକି ମିଳିଛି ? ସବୁଠାରୁ ବଡ କଥା ହେଉଛି, ଏହି ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିଲେ । ହେଲେ ତାଙ୍କ ଟିକେଟ ରାଜକୋଷରୁ ହୋଇଥିଲା କି ? ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାବେଳେ ସରକାରୀ ପ୍ରତିନିଧି ଦଳରେ ସେ ସାମିଲ ଥିଲେ କି? ଭାଟିକାନ ସିଟିରେ ପୋପଙ୍କଠାରୁ ଉକ୍ତ ମହିଳାଙ୍କୁ ଉପହାର ମଧ୍ୟ ମିଳିଥିଲା । ଏ ମହିଳା ଜଣକ କିଏ ଏବଂ ତାଙ୍କ ପାଇଁ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଛି କି?ଯଦି ହେଉଛି କାହିଁକି ହେଉଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ ।
ସେହିପରି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ କଡା ସମାଲୋଚନା କରି ଜୟନାରାୟଣ ମିଶ୍ର କହିଥିଲେ, ଗୃହ ପରିଚାଳାନ କ୍ଷେତ୍ରରେ ମଧ୍ୟ ଶାସକ-ବିରୋଧୀଙ୍କ ପାଇଁ ଭିନ୍ନ ନିୟମ ରହିଛି । ବିରୋଧୀ ଦଳ ସ୍ୱାଧୀକାର ଭଙ୍ଗ ନୋଟିସ ଦେଲେ ବାଚସ୍ପତି ତାକୁ ପ୍ରିଭିଲେଜ କମିଟିକୁ ପଠାଇ ଦେଉଛନ୍ତି । ହେଲେ ଶାସକ ଦଳ ଆଣିଲେ ବାଚସ୍ପତି ସାଙ୍ଗେସାଙ୍ଗେ ନିଷ୍ପତ୍ତି ନେଇ ଯାଉଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।
ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ସରକାର ଗୃହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି ।ସୁପ୍ରିମକୋର୍ଟଙ୍କ ନିୟମ ରହିଛି ଗୃହରେ ହଟ୍ଟଗୋଳ ଚାଲିଥିବାବେଳେ କୌଣସି ବିଲ ପାସ ହୋଇ ପାରିବ ନାହିଁ । ହେଲେ ଏଠି ହଟ୍ଟଗୋଳ ଭିତରେ ସରକାର ବିଲ ପାସ କରାଇ ଦେଉଛନ୍ତି । ଏଭଳି ଗୃହ ପରିଚାଳନା କରି ସମସ୍ତ ପ୍ରକାରର ବ୍ୟବସ୍ଥାକୁ ଶାସକ ଦଳ ବିପର୍ଯ୍ୟସ୍ତ କରିଦେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
[ad_2]