ଘୋଷଣା ହେବ କି ବିଜେଡିର ପାର୍ଥୀ ତାଲିକ! ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ – Sahana Mela
[ad_1]
ଭୁବେନଶ୍ଵର: ବାଜି ସାରିଛି ବିଗୁଲ୍ । ଘୋଷଣା ସରିଛି ସାଧାରଣ ନିର୍ବାଚନ ତାରିଖ । ଏବେ ସବୁ ଦଳ ନିଜ ପାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହାରି ଭିତରେ ଘୋଷଣା ହେବ କି ବିଜେଡିର ପାର୍ଥୀ ତାଲିକା । ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ସହ ବିଧାୟକ ଏବଂ ଆଶାୟୀ ନେତା ପହଞ୍ଚିଛନ୍ତି ନବୀନ ନିବାସରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।
ବୈଠକ ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ, ରୁଦ୍ର ମହାରଥୀ, ନୟାଗଡ ବିଧାୟକ ଅରୁଣ ସାହୁ, ରଣପୁର ବିଦାୟକ ସତ୍ୟ ନାରାୟଣ ପ୍ରଧାନ, ସଞ୍ଚୟ ଦାସ ବର୍ମା, ପ୍ରଣବ ପଟ୍ଟନାୟକ, ଶୁଭାଶିଷ ଖୁଣ୍ଟିଆ ଆଦି । ତେବେ ପୂର୍ବରୁ ଗତ ଗୁରୁବାର ଦିନ ନିର୍ବାଚନୀ ରଣନୀତି ନେଇ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେପଟେ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ। ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। କିଏ କେଉଁଠୁ ବିଜେପିର ପ୍ରାର୍ଥୀ ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବେ।
[ad_2]