ଖେଳ ଖବର

ଆଇପିଏଲ ଉଦଘାଟନୀ ଉତ୍ସବରେ ପ୍ରଦର୍ଶନ କରିବେ ଅକ୍ଷୟ, ଟାଇଗର – Sahana Mela

[ad_1]


ମୁମ୍ବାଇ: ଭାରତରେ ଏବେ ଆଇପିଏଲ ଫିଭର ଧରିବାକୁ ଯାଉଛି । ମାର୍ଚ୍ଚ ୨୨ରୁ ଏହି େ ଲାକପ୍ରିୟ ଲିଗର ୨୦୨୪ ସଂସ୍କରଣ ଆରମ୍ଭ ହୋଇଯିବ । ଏହାର ଉଦଘାଟନୀ ଉତ୍ସବରେ ବଲିଉଡର ତଡକା ଦେଖିବାକୁ ମିଳିବ । ବଲିଉଡର ନାମୀ ଦାମୀ କଳାକାର ଏଥିରେ ପ୍ରଦର୍ଶନ କରିବେ । ଏଆର ରହେମାନଙ୍କ ସଙ୍ଗୀତରେ ଦର୍ଶକ ଝୁମିବେ । ବଲିଉଡର ମହାନ ଗାୟକ ତଥା ମେଲୋଡି କିଙ୍ଗ ସୋନୁ ନିଗମ ମଧ୍ୟ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । ସେହିପରି ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ମଧ୍ୟ ଡ୍ୟାନ୍ସ କରିବେ । ମହିଳା ପ୍ରିମିୟର ଲିଗରେ ମଧ୍ୟ ଟାଇଗରଙ୍କ ଡ୍ୟାନ୍ସ ବେଶ ଚର୍ଚ୍ଚା ସାଉଁଟିଥିଲା ।

ଆଇପିଏଲରେ ଉଦଘାଟନୀ ଉତ୍ସବରେ ସର୍ବଦା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥାଏ । ଏଥର ମଧ୍ୟ ଏ ନେଇ ଦର୍ଶକ ତଥା ପ୍ରଶଂସକ ବ୍ୟଗ୍ରତା ସହକାରେ ଏହାକୁ ଅପେକ୍ଷା କରି ବସିଛନ୍ତି । ଉଦଘାଟନୀ ମୁକାବିଲା ଚେନ୍ନାଇ ଓ ଆରସିବି ମଧ୍ୟରେ ଖେଳାଯିବ । ଆୟୋଜକ କମିଟି ପକ୍ଷରୁ ଖୁବ ଶୀଘ୍ର ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କରାଯିବ ।



[ad_2]

Leave a Reply

Your email address will not be published. Required fields are marked *

Back to top button