ଦେଶ- ବିଦେଶ

କମୁଛି ଦଳ ବଦଳାଉଥିବା ନେତାଙ୍କ ଲୋକପ୍ରିୟତା ! ରିପୋର୍ଟରୁ ଖୁଲାସା ହେଲା ଚାଞ୍ଚଲ୍ୟକର ତଥ୍ୟ – Sahana Mela

[ad_1]


ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ପ୍ରକ୍ରିୟା ଚିରାଚରିତ ଘଟଣା ହୋଇଗଲାଣି। ଠିକ ନିର୍ବାଚନ ପୂର୍ବରୁ ପୁରୁଣା ଦଳ ଛାଡି ଆଉ ଏକ ନୂଆ ଦଳରେ ଯୋଗଦେବା ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି ନେତାଙ୍କର ଏହି ଦଳବଦଳ ଘଟଣା ଦେଖିବାକୁ ମିଳେ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସ ସମେତ ଅନ୍ୟ ଦଳର ନେତା ପରିବର୍ତ୍ତନର ଏହି ଧାରା ସାମିଲ ହୋଇଥାଆନ୍ତି। ଟିକେଟ ଓ ବିଜୟ ସମ୍ଭାବନାକୁ ଆଶା କରି ଏହି ପ୍ରକ୍ରିୟା ଜାରି ରହିଥାଏ। ତେବେ ଏହା ପଛରେ ସମ୍ମାନ ନ ମିଳିବା ତଥା ଗୋଟିଏ ଦଳରେ ଦୀର୍ଘ ଦିନ ଧରି ରହିବା କାରଣରୁ ଅଣନିଶ୍ୱାସୀ ହୋଇଯିବା କାରଣରୁ ନେତାମାନେ ବିଶେଷତଃ ଦଳ ବଦଳାଇଥାନ୍ତି ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି।

ତେବେ ପ୍ରକାଶିତ ରିପୋର୍ଟତ ତଥ୍ୟ ଅନୁଯାୟୀ ଏହି ଦଳ ବଦଳ ପ୍ରକ୍ରିୟାରେ ବିଜୟ ସମ୍ଭାବନା ହ୍ରାସ ପାଇଥାଏ। ତ୍ରିଦେବୀ ସେଣ୍ଟର ଫର ପଲିଟିକାଲ ସେଣ୍ଟର ଅନୁଯାୟୀ ୨୦୦୪ ପରେ ଦଳ ବଦଳାଇ ଅନ୍ୟ ଦଳରୁ ନିର୍ବାଚନ ଲଢିଥିବା ନେତାଙ୍କ ବିଜୟ ସମ୍ଭାବନା ଲଗାତାର କମୁଥିବା ଦେଖିବାକୁ ମିଳିଛି। ଶେଷ ଲୋକସଭା ୨୦୧୯ ନିର୍ବାଚନରେ ଦଳ ବଦଳାଇଥିବା ନେତାଙ୍କ ବିଜୟ ହାର ୧୫ ପ୍ରତିଶତକୁ ଖସି ଆସିଥିଲା। ରିପୋର୍ଟ ଅନୁଯାୟୀ ୧୯୬୭ ନିର୍ବାଚନ ଅନୁଯାୟୀ ଦଳ ବଦଳାଇଥିବା ନେତାଙ୍କ ବିଜୟ ହାର ୫୦ ପ୍ରତିଶତ ରହିଥିଲା। ଦଳ ବଦଳାଉଥିବା ନେତାଙ୍କ ପାଇଁ ୧୯୭୭ ମସିହା ସାଧାରଣ ନିର୍ବାଚନ ସୁବର୍ଣ୍ଣ ସମୟ ରହିଥିଲା। ଜରୁରୀ କାଳିନ ସମୟ ହଟିବା ପରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଛାଡ଼ି ଅନ୍ୟ ଦଳରୁ ନିର୍ବାଚନ ଲଢିଥିବା ନେତାମାନଙ୍କ ବିଜୟ ହାର ୬୮.୯ ପ୍ରତିଶତ ରହିଥିଲା। କଂଗ୍ରେସ ପ୍ରତି ଥିବା ସାଧାରଣ ଜନତାଙ୍କ ଆକ୍ରୋଶର ଫାଇଦା ନେଇଥିଲେ ଅନ୍ୟ ରାଜନୈତିକ ଦଳର ଆଶାୟୀ। କଂଗ୍ରେସ ଛାଡ଼ି ଜନତା ଦଳରେ ସାମିଲ ହୋଇଥିବା ଅଧିକାଂଶ ନେତା ଏହି ନିର୍ବାଚନରେ ବିଜୟ ହାସଲ କରିଥିଲେ।

୧୯୬୦ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନରେ ଦଳବଦଳ ନେତାଙ୍କ ବିଜୟ ହାର ୩୦ ପ୍ରତିଶତ ରହିଛି। ୨୦୦୪ ମସିହା ପରଠାରୁ ଏହା କମିବାରେ ଲାଗିଛି। ୨୦୧୯ ମସିହା ଲୋକସଭା ନିର୍ବାଚନରେ ପାଖାପାଖି ୮୦୦୦ ଆଶାୟୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏଥିରେ ୨.୪ ଅର୍ଥାତ ପାଖାପାଖି ୧୯୫ ଜଣ ନେତା ଦଳ ବଦଳାଇ ନିର୍ବାଚନ ଲଢିଥିଲେ। ଏଥିରେ କେବଳ ୨୯ ଜଣ ହିଁ ବିଜୟ ହାସଲ କରିଥିଲେ। ୧୯୮୦ ମସିହାରେ ସବୁଠାରୁ ଅଧିକ ୩୭୭ ନେତା ଦଳ ବଦଳାଇ ନିର୍ବାଚନ ଲଢିଥିଲେ। ଏହି ବର୍ଷ ହିଁ ନେତାଙ୍କ ଦଳ ବଦଳ ଆଇନ ଆସିଥିଲା।

ବର୍ତ୍ତମାନ ସୁଦ୍ଧା ଏହି ନେତା ଦଳ ବଦଳାଇଛନ୍ତି
ରାଜସ୍ଥାନର ହିସାରରୁ ବିଜେପି ସାଂସଦ ବିଜେନ୍ଦ୍ର ସିଂ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ଝାଡ଼ଖଣ୍ଡରେ କଂଗ୍ରେସ ସାଂସଦ ଗୀତା କୋରା ବିଜେପିରେ ଯୋଗ ଦେଇଥିଲେ। ତେଲେଙ୍ଗାନାର ବିଆରଏସ୍ ସାଂସଦ ଜି ରଣଜିତ୍ ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଛନ୍ତି। ୟୁପି ସଂଗୀତା ଆଜାଦରେ ବିଏସପି ସାଂସଦ ବିଜେପିରେ ଯୋଗ ଦେଇଥିଲେ। ବିଏସପିର ଆମରୋହାର ସାଂସଦ ଡାନିଶ ଅଲି କଂଗ୍ରେସରେ ଯୋଗ ଦେଇଥିଲେ। ବିଜେପି ସାଂସଦ ରାହୁଲ କାସୱାନ୍ ରାଜସ୍ଥାନରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତେଲେଙ୍ଗାନା ବିଆରଏସ ସାଂସଦ ପି ଭରତ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଅଧିକ ନେତା ଏବଂ ସାଂସଦ ଅନ୍ୟ ଦଳଗୁଡିକରେ ସେମାନଙ୍କର ସମ୍ଭାବନାକୁ ଅନୁସନ୍ଧାନ କରିପାରିବେ। ଓଡ଼ିଶାର ପୂର୍ବତନ ବିଜେଡ଼ି ନେତା ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହୋଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button