ଖେଳ ଖବର

ବରିଷ୍ଠ ନେତା ଡ଼. ଦାମୋଦର ରାଉତଙ୍କ ରାଜନୈତିକ କ୍ୟାରିଅର – Sahana Mela

[ad_1]

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡ଼.ଦାମୋଦର ରାଉତଙ୍କର ଆଜି ସକାଳ ୫.୨୩ ରେ ପରଲୋକ ଘଟିଛି I ଦାମ ରାଉତ ଥିଲେ ଓଡିଶା ରାଜନୀତିର ମହାଦ୍ରୁମ ସଦୃଶ I ସେ ଜଣେ ଦକ୍ଷ ଓ ବିଚକ୍ଷଣ ନେତା ଭାବରେ ଜଣାଶୁଣା I ତାଙ୍କର ରୋକଠୋକ୍‌ ଜବାବ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତାଙ୍କ ପରଲୋକ ପରେ ବିଜୁ ଯୁଗର ଶେଷ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ I

ଦାମ ରାଉତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ I ବିଜୁଙ୍କ ପରାମର୍ଶରେ ସେ ପଶୁ ଚିକିତ୍ସକ ଚାକିରୀ ଛାଡି ରାଜନୀତିର ଯୋଗ ଦେଇଥିଲେ I ଡ. ଦାମ ରାଉତ ୧୯୭୭ରୁ ୧୯୮୫ ଜନତା ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ୧୯୯୦ରୁ ୧୯୯୫ରେ ପୁଣି ଜନତ ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ବିଜେଡି ଟିକେଟରେ ୨୦୦୨ରୁ ୨୦୦୯ ଯାଏଁ ଏରସମାରୁ ଓ ୨୦୦୯ରୁ ୨୦୧୯ ଯାଏଁ ପାରାଦୀପରୁ ବିଧାୟକ ହୋଇଥିଲେ। ସାତ ଥର ବିଧାୟକ ହେବା ସହିତ ସେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସାମାଜିକ କଲ୍ୟାଣ, ପଞ୍ଚାୟତିରାଜ ଓ ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ମନ୍ତ୍ରୀ ଥିଲେ।

୨୦୧୭ରେ ବିଜୁ ଜନତା ଦଳରୁ ବହିଷ୍କାର ହେବା ପରେ ଦାମ ଭାଜପାରେ ଯୋଗଦେଇଥିଲେ।୨୦୧୯ରେ ବାଲିକୁଦାରୁ ଭାଜପା ଟିକେଟରୁ ଲଢ଼ି ପରାଜୟ ବରଣ କରିଥିଲେ। ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା। ଦାମ ପଞ୍ଚାୟତିରାଜ ତଥା କୃଷିମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜକୁ ସୁଦୃଢ଼ କରିବାରେ ଦାମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ଡ. ଦାମୋଦର ରାଉତ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମାଦେଇପୁର ଡାକଘର ଅଧୀନ ମାଳିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପା ଥିଲେ କପିଳ ଚନ୍ଦ୍ର ରାଉତ। ତାଙ୍କର ଏକମାତ୍ର ପୁଅ ସମ୍ବିତ ରାଉତ ଓ ଦୁଇ ଜଣ ଝିଅ (ପ୍ରୀତିନନ୍ଦା ରାଉତରାୟ) ଅଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button