ଖେଳ ଖବର

ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା: ସବୁଠାରୁ ମହଙ୍ଗା ମିଚେଲ ଷ୍ଟାର୍କ – Sahana Mela

[ad_1]


ନୂଆଦିଲ୍ଲୀ:ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା । ନିଲାମ ହେଲେ ଖାଳାଳୀ । ଦୁବାଇରେ ଖେଳାଳିଙ୍କ ନିଲାମ ହେଉଛି । ଏହି ମିନି ଅକ୍ସନରେ ୩୩୨ ଖେଳାଳିଙ୍କ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ୨୧୬ ଜଣ ଭାରତୀୟ ଏବଂ ୧୧୬ ଜଣ ବିଦେଶୀ ଖେଳାଳି ଅଛନ୍ତି ।ଏହି ୩୩୨ ଖେଳାଳିଙ୍କୁ ୧୯ ସେଟରେ ବିଭାଜିତ କରାଯାଇଛି ।

ସବୁଠାରୁ ମହଙ୍ଗ ଖେଳାଳୀ ମାନ୍ୟତା ପାଇଲେ ଅଷ୍ଟ୍ରେଲିଆ ବୋଲର ମିଚେଲ ଷ୍ଟାର୍କ  । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ ଲକ୍ଷ ଦେଇ କିଣିଛି । ଷ୍ଟାର୍କଙ୍କ ବେସ ପ୍ରାଇସ ୨ କୋଟି ଥିବାବେଳେ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ୯.୬୦ କୋଟିରେ ଡାକିଥିଲେ । ଏହାପରେ ଗୁଜରାଟ ଟାଇଟାଲ୍ସ  ଏବଂ କୋଲକାତା ନାଇଟ ରାଇଡର୍ସ ଡାକିବା ଆରମ୍ଭ କରିଥିଲେ । ଶେଷରେ କୋଲାକାତା ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଥିଲା । ଷ୍ଟାର୍କଙ୍କୁ କିଣିବା ପାଇଁ କୋଲକାତା ଏବଂ ଗୁଜରାଟ ମଧ୍ୟରେ ଲମ୍ବା ସମୟ ଧରି ମୁକାବିଲା ଚାଲିଥିବା ଦେଖିବାକୁ ମିଳିଥିଲା ।

ସେହିପରି ନିଜ କ୍ୟାପ୍ଟେନସିପରେ ଅଷ୍ଟ୍ରେଲିଆକୁ ୱାର୍ଲଡକପ ଜିତାଇଥିବା ପେସର ପ୍ୟାଟ କମିନ୍ସ (Pat Cummins) ଙ୍କୁ  ପୂର୍ବ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ (SRH)୨୨.୫ କୋଟିରେ  କିଣିଛି ।

ଅନ୍ୟଖେଳଳିଙ୍କ ତାଲିକା-

୧-ରାଓମେନ ପାବେଲ(ୱେଷ୍ଟଇଣ୍ଡିଜ)-୭.୪୦ କୋଟି ଦେଇ କିଣିଛି ରାଜସ୍ଥାନ ରଏଲ୍ସ (ବେସ ପ୍ରାଇସ-୧ କୋଟି)

୨-ହ୍ୟାରି ବ୍ରୁକ(ଇଂଲଣ୍ଡ)-୪ କୋଟି ଦେଇ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । (ବେସ ପ୍ରାଇସ-୨ କୋଟି)

୩-ଶାର୍ଦ୍ଦୁଳ ଠାକୁର(ଭାରତ) ୪ କୋଟି ଦେଇ କିଣିଛି ଚେନ୍ନାଇ ସୁପରକିଙ୍ଗସ(ବେସ ପ୍ରାଇସ-୫୦ ଲକ୍ଷ)

୪-ହର୍ଷଦ ପଟେଲ(ଭାରତ)୧୧ କୋଟି ୭୫ ଲକ୍ଷ ଦେଇ ପଞ୍ଜାବ କିଙ୍ଗସ କିଣିଛି । (ବେସ ପ୍ରାଇସ୨ କୋଟି)

୫-ଉମେଶ ଯାଦବ(ଭାରତ)-୫.୮୦ କୋଟି ଦେଇ କିଣିଛି ଗୁଜରାଟ ଟାଇଟଲ୍ସ । (ବେସ ପ୍ରାଇସ-୨କୋଟି)



[ad_2]

Leave a Reply

Your email address will not be published. Required fields are marked *

Back to top button