ଭାରତର ଏକତା ଓ ଅଖଣ୍ଡତାକୁ ଦୁର୍ବଳ କରୁଛି କଂଗ୍ରେସ: ମୋଦୀ – Sahana Mela
[ad_1]
ନୂଆଦିଲ୍ଲୀ: ୧୯୭୦ ଦଶକରେ କଚ୍ଚାଥିବୁ ଦ୍ଵୀପକୁ ଶ୍ରୀଲଙ୍କାକୁ ଦେବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି ଯେ, କଂଗ୍ରେସ ଦଳକୁ ବିଶ୍ୱାସ କରାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏକ ସମ୍ବାଦ ଆର୍ଟିକିଲକୁ ସେୟାର କରିବା ବେଳେ ଏହି ଘଟଣାକୁ ନେଇ ବିସ୍ତୃତ ବିବରଣୀ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆର୍ଟିକିଲରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା । ନୂତନ ତଥ୍ୟରୁ ଜଣା ପଡିଛି ଯେ, କିପରି କଂଗ୍ରେସ ଅତି ନିର୍ଦ୍ଦୟ ଭାବରେ କଚ୍ଚାଥିବୁକୁ ଶ୍ରୀଲଙ୍କାକୁ ଦେଇଥିଲା । ଏଥିପାଇଁ ସମସ୍ତ ଭାରତୀୟ କ୍ରୋଧିତ । ଏବଂ ଏଥିପାଇଁ ଲୋକମାନେ ମନେ ମନେ ଭାବିନେଇଛନ୍ତି ଯେ, ଆମେ କେବେବି କଂଗ୍ରେସକୁ ଭରଷା କରିବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ଭାରତର ଏକତାକୁ ଖଣ୍ଡନ କରୁଥିବା ପରି ଅଭିଯୋଗ କରି କହିଛନ୍ତି ଯେ, ଭାରତର ଏକତା, ଅଖଣ୍ଡତା ଏବଂ ସ୍ଵାର୍ଥକୁ ଦୁର୍ବଳ କରିବା ଭଳି କାମ କଂଗ୍ରେସ ଗତ ୭୫ ବର୍ଷ ହେବ କରିଆସୁଛି ।
ଲେଖାଯାଇଥିବା ଏହି ଆର୍ଟିକିଲରେ ଦାବି କରାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱହୀନ ବୋଲି ଖଣ୍ଡନ କରିଦେଇଥିଲେ । ଏହି ନିଷ୍ପତ୍ତି ବିରୋଧରେ ବିରୋଧୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଏହି ଆର୍ଟିକିଲକୁ ଛାଡ଼ି ଦିଆଯାଇଥିଲା ବୋଲି ମଧ୍ୟ ଦାବି କରାଯାଇଛି । ଏହାପୂର୍ବରୁ ସଂସଦରେ ଏହି ଦ୍ୱୀପ ବିଷୟରେ ଉଲ୍ଲେଖ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଦେଶର ଗାନ୍ଧୀ ସରକାର ୧୯୭୪ ମସିହାରେ ଶ୍ରୀଲଙ୍କାକୁ କଚ୍ଚାଥିବୁ ଦ୍ୱୀପ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ କହିଥିଲେ ଯେ ରାଜନୀତି ପାଇଁ ଏହି ଲୋକମାନେ ମାତୃଭୁମି ଭାରତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ କହିଛନ୍ତି ଯେ ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଦ୍ୱୀପ ହେଉଛି କଚ୍ଚାତିବୁ । କେହି ଏହାକୁ ଅନ୍ୟ ଦେଶକୁ ଦେଇଥିଲେ । ତେବେ ଏହା ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଘଟିଥିଲା ବୋଲି କହିଛନ୍ତି ମୋଦୀ ।
[ad_2]