ରାଜ୍ୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ – Sahana Mela

[ad_1]

ମାଲକାନଗିରି : ଛତିଶଗଡ ପୁଲିସକୁ ବଡ ସଫଳତା ମିଳିଛି। ଛତିଶଗଡ ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଏନକାଉଣ୍ଟର। କୁମ୍ବିଂ ଅପରେସନ ବେଳେ ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଏକେ-୪୭,ଏଲଏମଜି, ଅଟୋମେଟିକ ବନ୍ଧୁକ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୁକୁମା-ବିଜାପୁର ସୀମାବର୍ତ୍ତୀ ଗଙ୍ଗାଲୁର ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ବର୍ତ୍ତମାନସୁଦ୍ଧା ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାନୁସାରେ, ଗାଙ୍ଗଲୁର ଥାନା ଅଂଚଳର ଧାମି ଗ୍ରାମ ନିକଟସ୍ଥ ଜଙ୍ଗଲରେ କୋବ୍ରା ବାଟାଲିଅନ ଏବଂ ସିଆପିଏଫ୍‌ ମିଳିତ ଭାବେ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ I ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି

[ad_2]

Leave a Reply

Your email address will not be published. Required fields are marked *

Back to top button