ରାଜନୀତି

ଶଙ୍ଖ ଧରିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି – Sahana Mela

[ad_1]

ଭୁବନେଶ୍ବର: ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି । ସେମାନେ ବିଜେପି ଓ କଂଗ୍ରେସ ଛାଡି ଆଜି ବିଜେପିରେ ମିଶିଲେ । ଶଙ୍ଖ ଭବନରେ ସମସ୍ତଙ୍କୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ।

ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ନନ୍ଦିନୀ ସାମଲ, ହରି ଚନ୍ଦ୍ର, ପଫୁଲ୍ଲ ରଇତ, ଆୟୁଷ୍ମାନ ପାରିଛା, ମୋହନ ଗୌଡ଼ଙ୍କ ସମେତ ଅନେକ ନେତା ଆଜି ଶଙ୍ଖ ଧରିଲେ ।

ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି ଯେ, ଆଜି ଏକ ଶୁଭ ଦିନ ଯେ ମୋହନାର ଏତେ ନେତା ବିଜେଡିରେ ମିଶିଲେ ।

ଅନ୍ୟପଟେ, ଅତନୁ ସବ୍ୟସାଚୀ କହିଛନ୍ତି ଯେ, ରାଜୀବ ଦୋରା କଂଗ୍ରେସର ଟାଣୁଆ ନେତା ଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ସେମାନେ ସାମିଲ ହେଲେ । ଶତାଧିକ ମୋହନା କର୍ମୀ ବି ସାମିଲ ହେଲେ । ଏହା ଦ୍ବାରା ମୋହନା ଓ ଗଜପତି ଜିଲ୍ଲାରେ ବିଜେଡି ଶକ୍ତି ଅଧିକ ବୃଦ୍ଧି ପାଇବ ।

ରାଜୀବ ଦୋରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାମ ଯୋଗୁଁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲୁ । ନିଖିମ ରାଇତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିକାଶ ପଥକୁ ଦେଖି ବିଜେଡିରେ ମିସିଲୁ । ଆଗକୁ ବିକାଶ ଧାରା ଆହୁରି ସଫଳ କରିବୁ ବୋଲି ଆଶା । ମୋହନାର ପଞ୍ଚାନନ ଖଣ୍ଡୁଆଳ ବି ମିଶିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button