ରାଜନୀତି

ବ୍ରହ୍ମଗିରିରେ ଦଳୀୟ ନେତାଙ୍କ ବିରୋଧ ବେଳେ ସଂଗଠନକୁ ଫେରିଲେ ସଞ୍ଜୟ ଦାସବର୍ମା – Sahana Mela

[ad_1]


ଭୁବନେଶ୍ୱର: ଗୋଟିଏ ପଟେ ନିଜ ନିର୍ବାଚନମଣ୍ଡଳୀ ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା ବିରୋଧର ଶିକାର ହେଉଛନ୍ତି ଅନ୍ୟପଟେ ଦଳ ସଂପୃକ୍ତ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ହଠାତ୍ ସଞ୍ଜୟଙ୍କୁ ଦଳ ପକ୍ଷରୁ ଏଭଳି ଏକ ସାଂଗଠନିକ ଦାୟିତ୍ବ ମିଳିବା ପରେ ବ୍ରହ୍ମଗିରି ରାଜନୀତି ସରଗରମ। ଏଥିସହ ଦଳର ଶୀର୍ଷ ନେତୃତ୍ବ ସହ ଯେଉଁ ବିବାଦ ଥିଲା ସଞ୍ଜୟ ଦାସବର୍ମାଙ୍କର ସେଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଛି ବୋଲି କୁହାଯାଉଛି।

ଦୀର୍ଘ ଦିନ ଧରି ସଞ୍ଜୟ ଦଳରେ କୋଣଠେସା ହୋଇ ରହିଛନ୍ତି। ଯାହା ବି ହେଉଥିଲା ତାହା କେବଳ ଲୋକଦେଖାଣିଆ ଭଳି ଥିଲା। ଏହି ସମୟରେ ସେ ଆଉ ବ୍ରହ୍ମଗିରିରେ ନିର୍ବାଚନ ନଲଢି ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ଯୋଜନା କରିଛନ୍ତି ବୋଲି ସୂଚନା ରହିଛି। ଦଳ ଯଦି ଟିକେଟ ନଦେବ ତାହେଲେ ଅନ୍ୟ ଦଳରୁ ସଞ୍ଜୟ ଦାସବର୍ମା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା।

ଏହାରି ଭିତରେ ଦୁଇ ଦିନ ତଳେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ 28 ନମ୍ବର ଜିଲ୍ଲା ପରିଷଦ ସଭ୍ୟ କୌଳାଶ ପରିଡା ଦଳୀୟ ନେତା ଓ କର୍ମୀଙ୍କୁ ନେଇ ବୈଠକ କରିଥିଲେ। ଯେଉଁଥିରେ କୈଳାଶ ଘୋଷଣା କରିଛନ୍ତି, ଆଗାମୀ ଦିନରେ ଦଳର ନେତା ଓ ସମର୍ଥକ ଏକାଠି ହୋଇ ବ୍ରହ୍ମଗିରିର ସମସ୍ତ ବ୍ଲକ ଓ ପଞ୍ଚାୟତରୁ ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରିବେ।

ସଞ୍ଜୟ ଦାସବର୍ମା 2009 ଏବଂ 2014ରୁ ବ୍ରବ୍ମଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ମନ୍ତ୍ରୀ ପଦ ମଧ୍ୟ ହାତେଇଥିଲେ। କିନ୍ତୁ ଚିଟଫଣ୍ଡ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଛନ୍ଦି ହୋଇପଡ଼ିଥିବା ଏହି ନେତା କିନ୍ତୁ 2019ରେ ଲଳିତେନ୍ଦୁ ମହାପାତ୍ରଙ୍କଠୁ ପାଖାପାଖି ଦୁଇ ହଜାର ଭୋ୍ଟରେ ପରାଜିତ ହୋଇଥିଲେ।

କିନ୍ତୁ ଦଳ ତାଙ୍କୁ ହାଉସିଂବୋର୍ଡର ଅଧ୍ୟକ୍ଷ ପଦ ସହିତ କ୍ୟାବିନେଟ ପାହ୍ୟା ଦେଇଥିଲା। କିନ୍ତୁ ଦଳରେ ନିଜର ଭୂମିକା ଏବଂ ଶୀର୍ଷ ନେତୃତ୍ବକୁ ନେଇ କନ୍ଦଳ ପରେ ସମସ୍ତ ପଦରୁ ହଟିଥିଲେ ଶାସକ ଦଳର ଏହି ବରିଷ୍ଠ ନେତା। ପରେ ବିରୋଧୀ ଶିବିର ସହିତ ହାତ ମିଳାଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ନିର୍ବାଚନ ସମୟରେ ସଞ୍ଜୟ ବିରୋଧୀ ଭୂମିକାରେ ରହିଲେ ଭୋଟ୍ ବ୍ଯାଙ୍କ ପ୍ରଭାବିତ ହେବ ଆଶଙ୍କା କରି ତାଙ୍କର ମାନଭଞ୍ଜନ ଚାଲିଥିଲା। କିନ୍ତୁ ଶେଷରେ ତାଙ୍କୁ ବିଜେଡି ତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ନିକଟରେ ହୋଇଥିବା ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେଡି ଚିତ୍ ହେବା ପରେ ଏହି ଜିଲ୍ଲାରେ ବିଜେପି ନିଜର ଦବଦବା ଜାହିର କରିବାକୁ ପ୍ରୟାସ କରୁଛି।



[ad_2]

Leave a Reply

Your email address will not be published. Required fields are marked *

Back to top button