ଦେଶ- ବିଦେଶ

ଏଣିକି ୟୁପିଆଇ ମାଧ୍ୟମରେ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ଲୋକେ – Sahana Mela

[ad_1]


ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ ଘୋଷଣା । ଏଣିକି ୟୁପିଆଇ ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ଆପଣ । ବ୍ୟାଙ୍କ ନ ଯାଇ ଏବଂ ବିନା ଡେବିଟ୍ କାର୍ଡ ବ୍ୟବହାର କରି ଆପଣ ଘରେ ବସି ଅତି ସହଜରେ ନିଜ ଆକାଉଣ୍ଟରେ ପଇସା ଜମା କରିପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଖୁବଶୀଘ୍ର ୟୁପିଆଇ ମାଧ୍ୟମରେ ଟଙ୍କା ଜମା କରିହେବ । ଏହି ସୁବିଧା ଉପଲବ୍ଧ ହେଲେ ଏଟିଏମର ବ୍ୟବହାର ବହୁଳ ମାତ୍ରାରେ କମିଯିବ । ସେ କହିଛନ୍ତି ଏହି ସେବା ଦ୍ୱାରା ଲୋକଙ୍କୁ ବହୁତ ଆରାମ ମିଳିବ । ସେମାନଙ୍କୁ ଆଉ କ୍ୟାସ୍ ଜମା କରିବାକୁ ବ୍ୟାଙ୍କ ଦୌଡିବାକୁ ପଡିବନି । ଅନ୍ୟପକ୍ଷରେ ଆପଣଙ୍କ ଘର ଠାରୁ ବ୍ୟାଙ୍କ ଦୂର ହୋଇଥିଲେ ବି ଆପଣଙ୍କୁ କୌଣସି ସମସ୍ୟା ହେବନି । ଏହା ବ୍ୟତିତ PPI କାର୍ଡଧାରକଙ୍କୁ ବି ପେମେଣ୍ଟର ସୁବିଧା ଦିଆଯିବ । ଏମାନଙ୍କୁ ଥାର୍ଡ ପାର୍ଟି ୟୁପିଆଇ ଆପ୍ ଜରିଆରେ ୟୁପିଆଇ ପେମେଣ୍ଟ କରିବାର ସୁବିଧା ମଧ୍ୟ କରାଯାଉଛି । ଏହି ସୁବିଧା ପରେ ଆପଣଙ୍କୁ ଆଉ ପାଖରେ ଏଟିଏମ୍ କାର୍ଡ ରଖିବାକୁ ପଡିବ ନାହିଁ ।

ସମ୍ପ୍ରତି, PPI ମାଧ୍ୟମରେ UPI ପେମେଣ୍ଟ କେବଳ PPI କାର୍ଡ ପ୍ରଦାନକାରୀ ଦ୍ୱାରା ପ୍ରଦାନ କରାଯାଇଥିବା ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ବ୍ୟବହାର କରି କରାଯାଇପାରିବ। ଗଭର୍ଣ୍ଣର ଏହି ବୟାନରେ କହିଛନ୍ତି ଯେ ଏହା PPI କାର୍ଡ ଧାରକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି UPI ପେମେଣ୍ଟ କରିବାରେ ସାହାଯ୍ୟ କରିବ। ଏହା ଗ୍ରାହକଙ୍କ ପାଇଁ କାମକୁ ସହଜ କରିବ ଏବଂ ଅଳ୍ପ ପରିମାଣର କାରବାର ପାଇଁ ଡିଜିଟାଲ ମାଧ୍ୟମକୁ ପ୍ରୋତ୍ସାହିତ କରିବ। ଆରବିଆଇ ଶୀଘ୍ର ଏହି ପଦକ୍ଷେପଗୁଡିକ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିବ।



[ad_2]

Leave a Reply

Your email address will not be published. Required fields are marked *

Back to top button