ଟେନିସ ଇତିହାସରେ ବୟୋଜ୍ୟେଷ୍ଠ ଏକ ନମ୍ବର ହେଲେ ଜୋକୋଭିଚ – Sahana Mela

[ad_1]
ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟେନିସ ଇତିହାସରେ ସବୁଠାରୁ ବୟସ୍କ ଏକ ନମ୍ବର ଖେଳାଳି ହୋଇଛନ୍ତି । ରବିବାର ସଦ୍ୟ ପ୍ରକାଶିତ ଏଟିପି ର୍ୟାଙ୍କିଙ୍ଗରେ ସେ ଶୀର୍ଷ ଖେଳାଳି ମାନ୍ୟତ ପାଇଛନ୍ତିି । ୩୬ ବର୍ଷ ୩୨୧ ଦିନରେ ଏକ ନମ୍ବର ସ୍ଥାନ ହାତେଇ ସେ ସୁଇଜରଲାଣ୍ଡର ରୋଜର ଫେଡେରରଙ୍କୁ ପଛରେ ପକାଇଛନ୍ତି । ଜୋକୋଭିଚ ୪୧୯ ସପ୍ତାହ ଏକ ନମ୍ବର ସ୍ଥାନରେ ରହି ପ୍ରତିଦ୍ୱନ୍ଦ୍ୱୀ ଫେଡେରରଙ୍କୁ ପଛରେ ପକାଇଛନ୍ତି । ଫେଡରର ୩୧୦ ସପ୍ତାହ ଏକ ନମ୍ବର ସ୍ଥାନରେ ରହିଥିଲେ । ୪ ଜୁଲାଇ ୨୦୧୧ରେ ୨୪ ବର୍ଷ ବୟସରେ ଜୋକୋଭିଚ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଥିଲେ ।
ସେ ତାଙ୍କ କ୍ୟାରିୟରରରେ ରେକର୍ଡ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଆସନ୍ତା ସପ୍ତାହରେ ହେବାକୁ ଥିବା ମେଂଟେ କାର୍ଲୋ ମାଷ୍ଟର୍ସ ମୁକାବିଲାରେ ଜୋକୋଭିଚ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଟୁର୍ଣ୍ଣାମେଂଟରେ ସେ ୨ ଥର ଚାମ୍ପିୟନ ହୋଇଛନ୍ତି ।
[ad_2]