ଖେଳ ଖବର

ମୋଂଟେ କାର୍ଲୋ ଟେନିସ: ୪୨ ବର୍ଷ ପରେ ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କଲେ ସୁମିତ – Sahana Mela

[ad_1]


ନୂଆଦିଲ୍ଲୀ: ସୁମିତ ନାଗଲ ୪୨ ବର୍ଷ ପରେ ମୋଂଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଂଟର ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କରିଛନ୍ତି । ୧୯୮୨ରେ ରମେଶ କ୍ରିଷ୍ଣନ ଶେଷ ଥର ପାଇଁ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଥିଲେ । କ୍ୱାଲିଫାଇଙ୍ଗରେ ସୁମିତ ଆର୍ଜେଂଟିନାର ଫେସୁଂଡୋ ଅକୋଷ୍ଟାକୁ ୭-୫, ୨-୬ ଓ ୬-୨ ସେଟରେ ପରାସ୍ତ କରିଥିଲେ । ନିକଟରେ ମାରାକେଚ ଓପନ କ୍ୱାର୍ଟର ଫାଇନାଲରୁ ସୁମିତ ବିଦା ନେଇଥିଲେ । ମୋଂଟେ କାର୍ଲୋ ମାଷ୍ଟର୍ସ ପୁରୁଷ ପ୍ରଫେଶନାଲ ଖେଳାଳିଙ୍କୁ ନେଇ ଆୟୋଜିତ ହୋଇଥାଏ । ଫ୍ରାନ୍ସର ରୋକେବ୍ରୁନ କ୍ୟାମ୍ପ ମାର୍ଟିନରେ ଏହା କ୍ଲେ କୋର୍ଟରେ ଆୟୋଜିତ ହୋଇଥାଏ ।

ପ୍ରତ୍ୟେକ ବର୍ଷ ଏହା ଆୟୋଜିତ ହୋଇଥାଏ । ଏହି ଟୁର୍ଣ୍ଣାମେଂଟ ଏଟିପି ଟୁର ମାଷ୍ଟର୍ସ ୧୦୦ ଇଭେଂଟର ଅଂଶବିଶେଷ । ସୁମିତଙ୍କ ବ୍ୟତୀତ ଏଥର ଅଷ୍ଟ୍ରେଲିଆ ଓପନ ବିଜେତା ଡବଲ୍ସ ଖେଳାଳି ରୋହନ ବୋପାନ୍ନା ତାଙ୍କ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଂଶଗ୍ରହଣ କରିବେ । ସୁମିତଙ୍କ ମୁକାବିଲା ଆଜି ବିଳମ୍ବିତ ରାତିରେ ଅଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button