ରାଜନୀତି

ଅପରାଜିତାଙ୍କ ସମାବେଶରେ ଛୋଟ ଛୁଆ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ: ବିଜେଡି – Sahana Mela

[ad_1]


ଭୁବନେଶ୍ୱର: ବିଜେପି ପ୍ରଚାର କାର୍ଯ୍ୟରେ ପିଲାଙ୍କୁ ସାମିଲ କରିଥିବା ଅଭିଯୋଗ ଆଣିଛି ବିଜେଡି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟଣୀ ବ୍ଲକ ଛକରେ ବିଜେପି ସମାବେଶରେ ପ୍ରାୟ ୧୫ରୁ ୨୦ ଜଣ ପିଲା ଅଂଶଗ୍ରହଣ କରିଥିବା ନେଇ ବିଜେଡି ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛି। ଏପ୍ରିଲ ୭ ତାରିଖରେ ଘଟିଥିବା ଏହି ଘଟଣା ଶିଶୁ ଅଧିକାର ଓ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନର ଉଲ୍ଲଂଘନ ବୋଲି କୁହାଯାଉଛି।

ବିଜେଡିର ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏହି ରାଲିରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାନସଭା ଆସନ ପ୍ରାର୍ଥୀ ବିଶ୍ୱ ରଞ୍ଜନ ବଡ଼ଜେନା ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମେତ ଅନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ରାଲିରେ ପିଲାଙ୍କ ଫଟୋ ଓ ଭିଡିଓ ପ୍ରମାଣ ରହିଛି ବୋଲି ବିଜେଡି ଦାବି କରିଛି।

ନିର୍ବାଚନ ପ୍ରଚାରରେ ପିଲାଙ୍କ ସଂପୃକ୍ତି କେବଳ ଅନୈତିକ ନୁହେଁ ବରଂ ଅବାଧ ଓ ନିରପେକ୍ଷ ନିର୍ବାଚନ ନୀତି ବିରୁଦ୍ଧରେ ବୋଲି ବିଜେଡି ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button