କେଜ୍ରିଓ୍ବାଲଙ୍କ ଗିରଫଦାରୀ ‘ବେଆଇନ୍’ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ – Sahana Mela
[ad_1]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ ଏବଂ ଅପରାଧରୁ ମିଳିଥିବା ଅର୍ଥକୁ ବ୍ୟବହାର କରିବାରେ ସକ୍ରିୟ ଭାବେ ସମ୍ପୃକ୍ତ ଥିଲେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ହାଇକୋର୍ଟ ରାୟ ଶୁଣାଇଥିବା ବେଳେ ଏହି ରାୟ ଆସିଛି। ଏଥିସହ କେଜ୍ରିଓ୍ବାଲଙ୍କ ଗିରଫଦାରୀ ଚ୍ୟାଲେଞ୍ଜକୁ ଖାରଜ କରିଛନ୍ତି କୋର୍ଟ। ଏବେ ଆପ୍ ସୁପ୍ରିମକୋର୍ଟ ଯାଇପାରନ୍ତି।
ଏହାବ୍ୟତୀତ ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ରଦ୍ଦ ହୋଇଥିବା ମଦ ନୀତି ପ୍ରଣୟନ ଏବଂ ଲାଞ୍ଚ ଦାବିରେ କେଜ୍ରିୱାଲ ବ୍ୟକ୍ତିଗତ ଭାବରେ ସମ୍ପୃକ୍ତ ଥିଲେ।
ଏହାବ୍ୟତୀତ ଆପର ରାଷ୍ଟ୍ରୀୟ ଆବାହକ ଭାବେ କେଜ୍ରିୱାଲ ଏହି ଦୁର୍ନୀତି ସହ ଜଡ଼ିତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ଅଭିଯୋଗ ହୋଇଛି।
କୋର୍ଟ କହିଛନ୍ତି, ଯେଉଁ ବୟାନ ରେକର୍ଡ ହୋଇଛି ତାହା ବିଚାରପତିଙ୍କ ଆଗରେ। ଏପରି ସ୍ଥିତିରେ ଯେଉଁ ବ୍ୟକ୍ତିଙ୍କ ପ୍ରମାଣକୁ ଚ୍ୟାଲେଞ୍ଜ କରାଯାଉଛି ଏହାର ଅର୍ଥ ବିଚାରପତି ଏବଂ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଉଛି। ଏହି ମାମଲାରେ କେନ୍ଦ୍ର ସରକାର ନାହାନ୍ତି। ଏହା ଇଡି ଏବଂ କେଜ୍ରିଓ୍ବାଲଙ୍କ ମଧ୍ୟରେ। କୋର୍ଟ କୌଣସି ରାଜନୈତିକ ଚାପର ଶିକାର ହେବେ ନାହିଁ।
[ad_2]