ଖେଳ ଖବର

ବୁମ୍ରା କହିଲେ ପେସ ବୋଲର ଭାବରେ ଗର୍ବ ନକରି ସବୁ କ୍ଷେତ୍ର ଉପରେ ଧ୍ଯାନ ଦେବା ଉଚିତ୍ – Sahana Mela

[ad_1]


ନୂଆଦିଲ୍ଲୀ: ଧମାକା ମଚାଇଲେ ବୁମ୍ରା। ଗତ ଗୁରୁବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍  ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର  ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ହଇଚଇ ସୃଷ୍ଟି କରିଛନ୍ତି। ଜସପ୍ରୀତ ବୁମ୍ରା ତାଙ୍କ ଘାତକ ବୋଲିଂ ଦ୍ବାରା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ର ଆଗ ଧାଡିର ବ୍ୟାଟ୍ସମ୍ୟାନଙ୍କୁ ପ୍ଯାଭିଲିୟନକୁ ପଠାଇ ଦେଇଥିଲେ। ସେ ମ୍ଯାଚରେ ୨୧ ରନ୍ ଦେଇ ୫ ଓ୍ବିକେଟ ନେଇଥିଲେ । ଫଳରେ ଦଳ ଧରାଶାୟୀ ହୋଇଥିଲା । ବୁମ୍ରା ଙ୍କ ମତରେ ପେସ ବୋଲର ଭାବରେ ଗର୍ବ ନକରି ସବୁ କ୍ଷେତ୍ର ଉପରେ ଧ୍ଯାନ ଦେବା ଉଚିତ୍।

ସେ କହିଛନ୍ତି ଆବଶ୍ଯକ ବେଳେ ୧୪୫ କିମି ରେ ବଲ୍ ପକାଇବା ଆଉ ଦରକାର ହେଲେ ବହୁତ ସମୟରେ ଧୀମା ବଲ ବି ପକାଇବାକୁ ପଡିଥାଏ । ତାଙ୍କ କହିବା ଅନୁଯାୟୀ ଟି-୨୦ ମ୍ଯାଚ ବୋଲରଙ୍କ ପାଇଁ ବହୁତ କଠିନ ହେଇଥାଏ। ମୁଁ ଆରମ୍ଭରୁ ବୋଲିଂ କୌଶଳ ଉପରେ କାମ କରି ଆସୁଛି। ଯେତେବେଳେ ମୋ ପ୍ରଦର୍ଶନ ଭଲ ହୋଇ ନଥାଏ ମୁଁ ସେ ସମୟରେ ମୋର ଭିଡିଓ ଦେଖି ନିଜର ଭୁଲ୍କୁ ସୁଧାରିବାକୁ ଚେ଼ଷ୍ଟା କରିଥାଏ। ବୁମ୍ରା ୨୦୨୪ ଆଇପିଏଲ୍ ରେ ୧୦ ଓ୍ବିକେଟ ନେଇ ୟୁଜବେନ୍ଦ୍ର ଚହଲଙ୍କ ସହ ଯୁଗ୍ମ ଭାବରେ ବୋଲର ତାଲିକାର  ସବୁଠାରୁ ଉପରେ ଅଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button