ରାଜ୍ୟ

କାନପୁର ଟେଷ୍ଟ, ବର୍ଷାରେ ଧୋଇଗଲା ତୃତୀୟ ଦିନର ଖେଳ

କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍ରେ ବର୍ଷା ବଡ଼ ବାଧକ ସାଜିଛି। ଗତକାଲି ପ୍ରଥମ ଦିନରେ ୩୫ ଓଭର ଖେଳ ସକ୍ଷମ ହୋଇ ପାରିଥିବା ବେଳେ ଆଜି ଦ୍ଵିତୀୟ ଦିନ ଖେଳ ସଂପୂର୍ଣ୍ଣ ଭାବେ ବର୍ଷାରେ ଧୋଇ ହୋଇ ଯାଇଛି।

ଶନିବାର ଗୋଟିଏ ବଲ୍ ବି ପଡ଼ି ପାରିନି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ମୁସ୍କିର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି।

ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶର ଓପନର ଜାକିର ହସନ ଓ ଶାଦମାନ ଇସଲାମ ପ୍ରଥମ ଓ୍ଵିକେଟ୍ ପାଇଁ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୨୪ ରନ କରି ଲୟରେ ନଜର ଆସୁଥିବା ଶାଦମାନ ଇସଲାମ ୨୪ ରନ କରି ଆକାଶ ଦୀପଙ୍କ ବଲରେ ଆଉଟ୍ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button