ଖେଳ ଖବର

ଆଜିଠାରୁ 2024 ଟି-20 ବିଶ୍ୱକପ୍: ପ୍ରଥମ ଦିନରେ ଦୁଇଟି ମ୍ୟାଚ୍, ଜାଣନ୍ତୁ ସମୟ

ନୂଆଦିଲ୍ଲୀ: 2024 ଟି-20 ବିଶ୍ୱକପ୍ ଆଜିଠାରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି (03 ଅକ୍ଟୋବର) ଦୁବାଇ ଏବଂ ଶାରଜାଠାରେ ଖେଳାଯିବାକୁ ଥିବା 2024 ମହିଳା ଟି -20 ବିଶ୍ୱକପ୍ ର ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡର ମହିଳା ଦଳ ମଧ୍ୟରେ ଖେଳାଯିବ।

ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କାର ମହିଳା ଦଳ ମଧ୍ୟରେ ଖେଳାଯିବ।

ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ରୁ ଶାରଜାଠାରେ ଖେଳାଯିବ। ତେବେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ରୁ ଶାରଜାଠାରେ ଖେଳାଯି। ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର 4 ତାରିଖ ଦିନ ଖେଳାଯିବ। ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ।

ପ୍ରକାଶ ଯୋଗ୍ୟ ଯେ, ଆଜିଠାରୁ ଆରମ୍ଭ ହେବାକୁ ଥିବା ମହିଳା ଟି -20 ବିଶ୍ୱକପ୍‌ର ଫାଇନାଲ ଅକ୍ଟୋବର 20 ରବିବାର ଦିନ ଖେଳାଯିବ। 18 ଦିନ ମଧ୍ୟରେ ମୋଟ 23 ଟି ମ୍ୟାଚ୍ ଦେଖିବାକୁ ମିଳିବ। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ସେଠାରେ ଥିବା ପରିସ୍ଥିତିକୁ ଅନୁଧ୍ୟାନ କରି ଆଇସିସି ସେଠାରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ହେଉଛି ଟୁର୍ଣ୍ଣାମେଣ୍ଟର 9 ମ ସଂସ୍କରଣ।

ଦୁଇଟି ଦଳରେ ବିଭକ୍ତ ଟୁର୍ଣ୍ଣାମେଣ୍ଟରେ ସମୁଦାୟ 10 ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଗ୍ରୁପ୍- ଏ’ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ସ୍ଥାନିତ ହୋଇଛି। ଯେଉଁଠାରେ ବାଂଲାଦେଶ, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ଗ୍ରୁପ୍- ବି’ ରେ ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button