ଖେଳ ଖବର

IND vs ZIM T20i : ଜିମ୍ବାୱେ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍ ହରାରେ ଶନିବାର ଦିନ ଖେଳାଯାଉଛି । ଏହି ମ୍ୟାଚରେ ଘରୋଇ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଈଶାନ କିଶନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୧୯ ରନ୍ କରିଛି । ଜିମ୍ବାୱେକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୨୦ ରନର ଲକ୍ଷ୍ୟ ମିଳିଛି ।

ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୯ ରନରେ ୨ ୱିକେଟ ହରାଇଥିଲା । କିନ୍ତୁ ଈଶାନ କିଶନଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଟିମ୍ ଭଲ ସ୍କୋର କରିପାରିଛି । ବୈଭବ ସୂର୍ଯ୍ୟବଂଶୀ ୨୦ ରନ୍, ଅଭିଷେକ ଶର୍ମା ୮ ରନ୍, ଈଶାନ କିଶନ ୮୧ ରନ୍ ଶ୍ରେୟସ ଆୟର ୨୫ ରନ, ତିଲକ ବର୍ମା ୬୦ ରନ, ରିଙ୍କୁ ଶର୍ମା ୧୨, ଶିବମ ଦୁବେ ୬ ରନ କରିଛନ୍ତି । ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୨୧୯ ରନ କରିଛି ।

Leave a Reply

Your email address will not be published. Required fields are marked *

Back to top button