ରାଜନୀତି

ହରିୟାଣାରେ ଆଗରେ ରହିଛି ବିଜେପି: କାମ କଲା କି ଏହି ୩ଟି ଫ୍ୟାକ୍ଟ

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନର ଚାଲିଛି ଭୋଟ ଗଣନା । ଏକଜିଟ ପୋଲ ବିପକ୍ଷରେ ବା କଂଗ୍ରେସଠୁ ଆଗୁଆ ଅଛି ବିଜେପି। ବିଜେପି ୪୮ ଆସନରେ ଆଗୁଆ ଥିବାବେଳେ ୩୬ ଆସନରେ ଆଗୁଆ ରହିଛି କଂଗ୍ରେସ। ବିଜେପିକୁ ରାଜ୍ୟରେ ୩ ଟି ଫ୍ୟାକ୍ଟ ଆଗୁଆ କରିବା ସହ ସରକାର ଗଢିବାରେ ସାହାଯ୍ୟ କରିବା ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ଫ୍ୟାକ୍ଟ ଏମପି କୁମାରୀ ଶୈଳଜାଙ୍କୁ କଂଗ୍ରେସର ଅଣଦେଖା ସହ ଟିକେଟ ନଦେବା, ଦ୍ଵିତୀୟ ଚକିରୀରେ ଅର୍ଥ ଆଉ ସୁପାରିଶ ଏବଂ ତୃତୀୟ କାରଣ ପାଲଟିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ।

ହରିୟଣାରେ ଭାରତୀୟ ଜନତା ପାର୍ଟି ଆଗରେ ଥିବା ଚର୍ଚ୍ଚା ପାଲଟିଛି। ବିଜେପି ଆଗୁଆ ରହିବାର ୩ ଟି କାରଣ ସାରା ରାଜ୍ୟରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ନିର୍ବାଚନରେ ଏମପି କୁମାରୀ ଶୈଳଜାଙ୍କ ମୁଦ୍ଦାକୁ ନେଇ ଜୋରଦାର ପ୍ରଚାର କରିଛି ବିଜେପି। କୁମାରୀ ଶୈଳଜାଙ୍କୁ କଂଗ୍ରେସ ଟିକେଟ ଦେଇ ନଥିଲା। କଂଗ୍ରେସ ଦଳିତ ନେତାଙ୍କୁ ସମ୍ମାନ କରେ ନାହିଁ ବୋଲି ବିଜେପି ଜୋରଦାର ପ୍ରଚାର କରିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଲୋକସଭା ନିର୍ବାଚନରେ ​​କଂଗ୍ରେସର ସମ୍ବିଧାନ ବଦଳାଇବା ପ୍ରଚାର ପରି ଶୈଳଜାଙ୍କୁ ଟିକେଟ ନମିଳିବାକୁ ବିଜେପି ଟ୍ରେଣ୍ଡ କରିଛି। ଯଦି ବିଜେପି ତୃତୀୟ ଥର ହରିୟାଣାରେ ସରକାର ଗଠନ କରେ, ତେବେ ଏହା ଦଳିତମାନଙ୍କୁ ଦଳକୁ ଆଣିବାରେ ସଫଳ ହୋଇଛି ବୋଲି କୁହାଯାଇପାରେ।

ସେହିପରି ସରକାରୀ ଚାକିରିରେ ଦୁର୍ନୀତି ବନ୍ଦ କରିବା ପ୍ରସଙ୍ଗ ଉଠାଇଥିଲା ବିଜେପି। ଏହି ପ୍ରସଙ୍ଗ ଆଧାରରେ ଦଳ ଭୁପେନ୍ଦ୍ର ହୁଡ୍ଡାଙ୍କୁ ଘେରିଛି । ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଚାକିରୀ କେବଳ ଅର୍ଥ ଏବଂ ସୁପାରିଶ ଆଧାରରେ ଦିଆଯାଇଥିଲା ବୋଲି ଦଳ କହିଛି। ହେଲେ ୧୦ ବର୍ଷ ଶାସନ ମଧ୍ୟରେ ବିଜେପି ସ୍ବଚ୍ଛତା ଏବଂ ବିନା ଭେଦଭାବରେ ଚାକିରି ଦେଇଛି ବୋଲି ଦାବି କରିଥିଲା। ଏହି ପ୍ରସଙ୍ଗ ସାରା ରାଜ୍ୟରେ ଖୁବ ଚର୍ଚ୍ଚାରେ ରହିଥିବା ବେଳେ ଦଳକୁ ଆଗୁଆ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭଉଛି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button