ଦେଶ- ବିଦେଶ

ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟିତ

ଦାଖ: ଲଦାଖରେ ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟନ କରାଯାଇଛି । ଏହା ବୈଜ୍ଞାନିକ ଅନୁସନ୍ଧାନକୁ ଆହୁରି ଆଗକୁ ନେବାରେ ସାହାର୍ଯ୍ୟ କରିବ । ଏହି ଟେଲିସ୍କୋପର ନାମ ହେଉଛି ମେଜର ଆଟମୋସଫେରିକ୍ ଚେରେନକୋଭ୍ ଏକ୍ସପେରିମେଣ୍ଟ (ଏମଏସିଇ) । ଏହାକୁ ଲଦାଖର ହାନଲେରେ ଡିଏଇ ଯଥା ପରମାଣୁ ଶକ୍ତି ବିଭାଗର ସଚିବ ଅଜିତ କୁମାର ମହାନ୍ତି ଏସିଆର ସର୍ବବୃହତ ଇମେଜିଙ୍ଗ୍ ଚେରେନକୋଭ ଟେଲିସ୍କୋପକୁ ଉଦଘାଟନ କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଇସିଆଇଏଲ) ଏବଂ ଅନ୍ୟ ଭାରତୀୟ ଶିଳ୍ପ ଭାଗୀଦାରଙ୍କ ସହାୟତାରେ ଏହି ଟେଲିସ୍କୋପ ମୁମ୍ବାଇ ସ୍ଥିତ ବିଏଆରସି ଦ୍ୱାରା ନିର୍ମିତ ଏବଂ ଏହା ସ୍ୱଦେଶୀ ଭାବରେ ନିର୍ମିତ ।

ଏହି ଟେଲିସ୍କୋପ ଉଦଘାଟନ ପରଠାରୁ ଚର୍ଚ୍ଚରେ ରହିଛି । ୪ ହଜାର ୩୦୦ ମିଟର ଉଚ୍ଚତାରେ ଅବସ୍ଥିତ, ଏହା ହେଉଛି ଦୁନିଆର ସବୁଠାରୁ ଉଚ୍ଚ ଟେଲିସ୍କୋପ ଯାହା ବର୍ତ୍ତମାନ ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବ । ଡିଏଇ ସଚିବ ଅଜିତ କୁମାର ମହାନ୍ତି କହିଛନ୍ତି ଯେ ‘ଏମଏସିଇ ଅବଜରଭେଟୋରୀ ଭାରତ ପାଇଁ ଏକ ପ୍ରମୁଖ ସଫଳତା ଏବଂ ଦେଶକୁ ବୈଶୟିକ ସ୍ତରରେ କସ୍ମିକ-ରେ ଅନୁସନ୍ଧାନରେ ଦେଶକୁ ଆଗରେ ରଖିଥାଏ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେଲିସ୍କୋପ ବୈଜ୍ଞାନିକମାନଙ୍କୁ ଉଚ୍ଚ ଶକ୍ତି ବିଶିଷ୍ଟ ଗାମା କିରଣ ଅଧ୍ୟୟନ କରିବାକୁ ଅନୁମତି ଦେବ ଯାହା ଦ୍ବାରା ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ଘଟଣାଗୁଡ଼ିକୁ ଗଭୀର ଭାବରେ ବୁଢିବା ପାଇଁ ବାଟ ଖୋଲିବ । କେବଳ ବୈଜ୍ଞାନିକ ଅନୁସନ୍ଧାନ ନୁହେଁ ଲଦାଖର ସାମାଜିକ-ଅର୍ଥନୈତିକ ବିକାଶରେ ଏମଏସିଇ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Leave a Reply

Your email address will not be published. Required fields are marked *

Back to top button