ମନୋରଞ୍ଜନ

ଫେମିନା ମିସ୍ ଇଣ୍ଡିଆ ୨୦୨୪ ବନିଲେ ନିକିତା ପୋରୱାଲ୍

ମୁମ୍ବାଇ: ମଧ୍ୟପ୍ରଦେଶର ଉଜୈନ ବାସିନ୍ଦା ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ଜିତିଛନ୍ତି। ନିକିତା ଏବେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରତିନିଧିତ୍ୱ କରିବେ।

ଫେମିନା ମିସ୍ ଇଣ୍ଡିଆ ୨୦୨୩ର ବିଜେତା ନନ୍ଦିନୀ ଗୁପ୍ତା ନିକିତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହି ଘଟଣା ମୁମ୍ବାଇର ୱର୍ଲିରେ ଅନୁଷ୍ଠିତ ହୋଇଥିଲା।

ନିକିତା ପୋରୱାଲ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି। ସେ ଡ୍ରାମାରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ନିକିତା ପୋରୱାଲ ମାତ୍ର ୧୮ ବର୍ଷ ବୟସରେ ସିନେ ଦୁନିଆରେ ପାଦ ଥାପିଥିଲେ। ଏହି ବୟସରେ ସେ ଏକ ଟିଭି ଶୋ’ର ହୋଷ୍ଟ ମଧ୍ଯ ହୋଇଥିଲେ। ଏହା ବ୍ୟତୀତ ନିକିତା ମଧ୍ୟ ଜଣେ ଭଲ ଲେଖିକା। ସେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଷ୍ଟେଜ ଶୋ’ ପାଇଁ ନାଟକ ଲେଖିଛନ୍ତି, ଯେଉଁଥିରେ ୨୫୦ ପୃଷ୍ଠାର କୃଷ୍ଣ ଲୀଲା ମଧ୍ୟ ରହିଛି

Leave a Reply

Your email address will not be published. Required fields are marked *

Back to top button