ଦେଶ- ବିଦେଶ

୭ ଟଙ୍କାରୁ ବି କମ୍ ରେ ପାଇବେ ଇଣ୍ଟରନେଟ୍ ଓ କଲିଂର ସୁବିଧା, BSNL ଦେଉଛି ବଢ଼ିଆ ଅଫର

BSNL ଦେଶର ଅନେକ ସହରରେ ଏହାର 4G ସର୍ଭିସ ଆରମ୍ଭ କରିଛି । ଏହା ବ୍ୟତୀତ ସରକାରୀ ଟେଲିକମ୍ କମ୍ପାନୀ ବର୍ତ୍ତମାନ 5G ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି । ବେସରକାରୀ ଟେଲିକମ୍ କମ୍ପାନୀଗୁଡିକର ବଢ଼ୁଥିବା ମୋବାଇଲ୍ ଟାରିଫକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ୟୁଜର BSNL କୁ ପୋର୍ଟ କରୁଛନ୍ତି । ସରକାରୀ ଟେଲିକମ୍ କମ୍ପାନୀ ଏହାର ସର୍ଭିସ କ୍ବାଲିଟିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛି ଏବଂ ହଜାର ହଜାର ନୂଆ ମୋବାଇଲ୍ ଟାୱାର ଲଗାଉଛି ।

ଏହାର ନେଟୱାର୍କକୁ ଅପଗ୍ରେଡ୍ କରିବା ସହିତ, BSNL ବର୍ତ୍ତମାନ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ ଏବଂ ଭିଆଇ ର ପ୍ରିପେଡ୍ ପ୍ଲାନ୍ କୁ କଡ଼ା ଟକ୍କର ଦେଉଛି । ତେବେ BSNL ୩୯୫ ଦିନର ଭାଲିଡିଟି ସହିତ ଏକ ବଢ଼ିଆ ରିଚାର୍ଜ ପ୍ଲାନ୍ ଆଣିଛି, ଯେଉଁଥିରେ ୟୁଜରମାନଙ୍କୁ ଫ୍ରି କଲିଂ, ଡାଟା ସହିତ ଅନେକ ସୁବିଧା ମିଳିବ ।

କେବଳ BSNL ୧୩ ମାସର ଭାଲିଡିଟି ଥିବା ରିଚାର୍ଜ ପ୍ଲାନ୍ ଦେଉଛି । ଅନ୍ୟ କମ୍ପାନୀଗୁଡିକର ସର୍ବାଧିକ ଭାଲିଡିଟି ପ୍ଲାନ୍ ୩୬୫ ଦିନ ରହିଛି । BSNL ର ଏହି ପ୍ଲାନ୍ ବିଷୟରେ ଖାସ କଥା ହେଉଛି ଏଥିରେ ୟୁଜରମାନଙ୍କୁ ପ୍ରତିଦିନ ୭ ଟଙ୍କାରୁ କମ୍ ଖର୍ଚ୍ଚ କରିବାକୁ ପଡିବ ।

BSNL ର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ର ଦାମ୍ ୨,୩୯୯ ଟଙ୍କା । ଯାହାର ଅର୍ଥ ଆପଣଙ୍କୁ ପ୍ରତିଦିନ ପ୍ରାୟ ୬.୫୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନ୍ ର ଭାଲିଡିଟି ୩୯୫ ଦିନ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ସମଗ୍ର ଭାରତରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ କଲିଂର ଲାଭ ପାଇବେ । ଏହି ପ୍ଲାନରେ ୟୁଜରମାନେ ପ୍ରତିଦିନ ୨ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ଏହା ପରେ ୟୁଜରମାନେ ୪୦kbps ସ୍ପିଡରେ ଅନଲିମିଟେଡ୍ ଇଣ୍ଟରନେଟର ଲାଭ ପାଇବେ ।

BSNL ର ଏହି ପ୍ରିପେଡ୍ ପ୍ଲାନରେ ପ୍ରତିଦିନ ୧୦୦ ମାଗଣା SMSର ସୁବିଧା ମିଳିବ । ଏହା ବ୍ୟତୀତ BSNL ଏହାର ଲମ୍ବା ଭାଲିଡିଟି ରିଚାର୍ଜ ପ୍ଲାନରେ ଅନେକ ଭାଲ୍ୟୁ ଆଡେଡ୍ ସର୍ଭିସର ଲାଭ ମଧ୍ୟ ଦେଉଛି । ଏଥିରେ ୟୁଜରମାନେ Hardy Games, Arena Games, Zing Music, Wow Entertaiment, BSNL Tunes ଇତ୍ୟାଦିର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇବେ ।

Leave a Reply

Your email address will not be published. Required fields are marked *

Back to top button