ଭୁଲ ତଥ୍ୟ ଦେବାରୁ ଗୁଗୁଲକୁ ୫୦ମିଲିୟନ୍ ଡଲାର ଜରିମାନା – Sahana Mela

[ad_1]
ନୂଆଦିଲ୍ଲୀ: ଭୁଲ ତଥ୍ୟ ଦେଇ ଜରିମାନା ଗଣିଲା ଗୁଗଲ୍। ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ତଥ୍ୟ ପ୍ରସାର କରିବା ଅଭିଯୋଗ ହୋଇଥିଲା।ଏହି ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ ବା ୫୦.୮୪ ନିୟୁତ ଡଲାର ଜରିମାନା ଲଗାଇଛନ୍ତି।
ଫେବୃଆରୀ ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ନେଇ ଦିଆଯାଇଥିବା ବିଷୟବସ୍ତୁ ପାଇଁ ଜରିମାନା ଲଗାଯାଇଛି। ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ, ବିଷୟବସ୍ତୁ, ସେନ୍ସରସିପ୍, ତଥ୍ୟ ଏବଂ ସ୍ଥାନୀୟ ପ୍ରତିନିଧିତ୍ୱକୁ ନେଇ ଋଷ ବିଦେଶୀ ଟେକ୍ନୋଲୋଜି କମ୍ପାନୀଗୁଡିକ ସହିତ ବିବାଦ ଘେରକୁ ଆସିଛି। ଋଷ ବିରୋଧରେ ପ୍ରଚାର କରାଯାଉଥିବା ଭ୍ରମାତ୍ମକ ଖବର ଏବଂ ବିଭ୍ରାନ୍ତକାରୀ ବିଷୟବସ୍ତୁ ଡିଲିଟ କରିବାରେ ଗୁଗୁଲ୍ ବିଫଳ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଋଷରେ ଗୁଗୁଲର ବାର୍ଷିକ କାରବାରର ଅଂଶ ଭାବରେ ଏହି ଜରିମାନା ହିସାବ କରାଯାଇଛି । କମ୍ପାନୀକୁ ୨୦୨୧ ଶେଷରେ ୭.୨ ବିଲିୟନ ରୁବଲ୍ ଏବଂ ଅଗଷ୍ଟ ୨୦୨୨ ରେ ୨୧.୧ ବିଲିୟନ ରୁବଲ୍ ଜୋରିମାନା କରାଯାଇଥିଲା।
[ad_2]