ଦେଶ- ବିଦେଶ

ଦୁନିଆର ସବୁଠୁ ମହଙ୍ଗା ପରିବା, ଏକ କିଲୋ ପରିବା ଦାମରେ କିଣିପାରିବେ ସୁନା

ରିବା ଦର ଦିନ କୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଟମାଟୋ ଦର ଆକାଶ ଛୁଆଁ ହେଲାଣି । ଏପରିସ୍ଥଳେ ପରିବା ଦରକୁ ଲୋକେ ସୁନା ଦର ସହ ତୁଳନା କରୁଛନ୍ତି । ଗରିବ ଲୋକଙ୍କ ପାଇଁ ପରିବା କିଣିବା ମୁସ୍କିଲ ହୋଇପଡୁଛି । ତେବେ ଦୁନିଆର ମହଙ୍ଗା ପରିବା ଦାମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆର କେଉଁ ପରିବା ସବୁଠୁ ଦାମୀ ଆସନ୍ତୁ ଜାଣିବା ।

ହ୍ବାଇଟ୍ ଟ୍ରଫଲ୍ : ୟୁରୋପରେ ମିଳୁଥିବା ହ୍ବାଇଟ୍ ଟ୍ରଫଲ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଟ୍ରଫଲ୍ । ଏହାର ଦାମ୍ କିଲୋଗ୍ରାମ ପିଛା ୫ ଲକ୍ଷ ଟଙ୍କା ରହିଛି । ଏହାର ସ୍ୱାଦ ରସୁଣ ଏବଂ ପନିର ପରି ହୋଇଥାଏ ।

ମତ୍ସ୍ୟୁଟେକ୍ ମଶରୁମ୍ : ଜାପାନରେ ମିଳୁଥିବା ମତ୍ସ୍ୟୁଟେକ୍ ମଶରୁମ୍ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମତ୍ସ୍ୟୁଟେକ୍ ମଶରୁମ୍ । ଏହାର ସ୍ୱାଦ ମିଠା ଏବଂ ସୁଗନ୍ଧିତ, କିନ୍ତୁ ଏହାର ମୂଲ୍ୟ ଆପଣଙ୍କ ହୋସ ଉଡାଇଦେବ । ବାସ୍ତବରେ ଏହାର ଦାମ୍ କିଲୋଗ୍ରାମ ପ୍ରତି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଲା ବୋନୋଟ୍ ଆଳୁ : ଏହି ବିରଳ ପ୍ରକାରର ଆଳୁ କେବଳ ଫ୍ରାନ୍ସର ଗୋଟିଏ ଉପକୂଳରେ ହୋଇଥାଏ । ଯାହା ପ୍ରତିବର୍ଷ କେବଳ ଦଶ ଦିନ ପାଇଁ ମିଳିଥାଏ । ଏହା ଖାଇବାକୁ ଟିକେ ଲୁଣିଆ ଲାଗେ ଏବଂ ଏହି ଆଳୁର କିଲୋଗ୍ରାମ ମୂଲ୍ୟ ହେଉଛି ଏକ ଲକ୍ଷ ଟଙ୍କା ।

ହପ୍ ସୁଟ୍: ଉତ୍ତର ଆମେରିକାରେ ମିଳୁଥିବା ହପ୍ ଶୁଟ୍ ଗୁଡିକ ବିୟର ତିଆରିରେ ବ୍ୟବହାର ହୁଏ । ଏହା ଔଷଧ ତିଆରିରେ ମଧ୍ୟ ବ୍ୟବହାର ହୁଏ । ଏହାର ଆନୁମାନିକ ମୂଲ୍ୟ ୭୩,୦୦୦ ଟଙ୍କା ।

ୟାର୍ଟସା ଗୁମ୍ବୁ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ଏକ ପ୍ରକାର ପୋକ ଯାହା ତିବ୍ଦତ ଏବଂ ନେପାଳରେ ଦେଖାଯାଏ । ଏହାକୁ ଦୁନିଆର ସବୁଠାରୁ ଦାମୀ ପରିବା ମଧ୍ୟ କୁହାଯାଏ । ଏହାର ମୂଲ୍ୟ ସୁନାଠାରୁ ଅଧିକ ହୋଇଥାଏ ।

ଏହି ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ଏହି ପରିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ ।

Leave a Reply

Your email address will not be published. Required fields are marked *

Back to top button