ଦେଶ- ବିଦେଶ

ଚର୍ଚ୍ଚାରେ ଲାଗିଲା ବିରାମ: ଏକା ଥିବା କହିଲେ ଅଭିନେତା ଅର୍ଜୁନ

ମୁମ୍ବାଇ; ରିଲିଜ ହେବାକୁ ଥିବା ଚଳଚ୍ଚିତ୍ର ‘ସିଙ୍ଘମ ଏଗେନ’କୁ ନେଇ ଏବେ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର l ‘ସିଙ୍ଘମ ଏଗେନ’ ର ପୁରା ଟିମ୍ ଆଜିକାଲି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି l ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସିଙ୍ଘମ ଏଗେନ’ର ଷ୍ଟାରକାଷ୍ଟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅଭିନେତା ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ କାର୍ଯ୍ୟକ୍ରମ ଜରିଆରେ ଅର୍ଜୁନ ମଲାଇକା ଆରୋରାଙ୍କ ସହିତ ତାଙ୍କର ବ୍ରେକଅପ୍ ହୋଇଥିବା ନିଶ୍ଚିତ କରିଥିଲେ l

ଆୟୋଜିତ ଦୀପୋତ୍ସଭ କାର୍ଯ୍ୟକ୍ରମରେ ଅର୍ଜୁନ କପୁର କଳା ରଙ୍ଗର ପ୍ୟାଣ୍ଟ ଏବଂ ଧଳା ଏବଂ କଳା ପ୍ରିଣ୍ଟର ଏକ ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏହି ସମୟ ଫିଲ୍ମର ପୁରା ଟିମ୍ ଏକାଠି ଥିଲେ l ଅଜୟ ଦେବଗନଙ୍କ ବ୍ୟତୀତ ଟାଇଗର ଶ୍ରଫ, ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅର୍ଜୁନ କାର୍ଯ୍ୟକ୍ରମରେ କହିଥିଲେ ଯେ, ‘ବର୍ତ୍ତମାନ ମୁଁ ଏକା ଏବଂ ଖୁସିରେ ଅଛି, ସେ ମୋତେ ଲମ୍ବା ଏବଂ ହ୍ୟାଣ୍ଡସମ କହିଲେ, ତେଣୁ ଲାଗୁଥିଲା ଯେପରି ସେ ବିବାହ ବିଷୟରେ କହୁଛନ୍ତି। କିନ୍ତୁ ମୁଁ ଅବିବାହିତ l ଶୁଭ ଦୀପାବଳି l

ଆମେମାନେ ଆପଣମାନଙ୍କ ପାଇଁ ବହୁତ ଭଲପାଇବାର ସହିତ ଫିଲ୍ମ ତିଆରି କରିଛୁ, ମୁଁ ଆଶା କରୁଛି ଆପଣମାନେ ସମସ୍ତେ ମିଳିମିଶି ଦୀପାବଳି ପାଳନ କରିବେ ଏବଂ ଆମ ଚଳଚ୍ଚିତ୍ର ଦେଖିବେ l ଏଠାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ l ମୁଁ ମରାଠୀ ଭାଷାରେ କଥା ହେବାକୁ ଭାବିକି ଆସିଥିଲି କିନ୍ତୁ ଏବେ ମୋ ପାଟିରୁ ସେ ଭାଷା ବାହାରୁନି l କିନ୍ତୁ କଥା ଦେଉଛି ପରେ ମୁଁ ଯେବେ ବି ଆସିବି ସମ୍ପୂର୍ଣ୍ଣ ମରାଠୀ ଭାଷାରେ କହିବି l ସେପର୍ଯ୍ୟନ୍ତ ଜୟ ମହାରାଷ୍ଟ୍ର l

ତେବେ କହିରଖୁଛୁ ଯେ, ଗତ କିଛି ଦିନ ହେବ ଅର୍ଜୁନ ମଲାଇକାଙ୍କ ଭିତରେ ବ୍ରେକଅପ୍ ହେବ ନେଇ ଚର୍ଚ୍ଚା ହେଉଥିଲେ l ଏପରିକି ଗତ କିଛି ଦିନ ତଳେ ମଲାଇକା ନିଜ ଇନଷ୍ଟାଗ୍ରାମରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ‘ପରିବର୍ତ୍ତନ ହିଁ ଜୀବନର ନିୟମ’ ଲେଖାଯାଇଥିଲା । ଯାହାପରେ ସୋସିଆଲ ମିଡିଆ ୟୁଜର୍ସ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ବ୍ରେକଅପକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ କରିଦେଇଥିଲେ । ଏବେ ଏହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଅର୍ଜୁନ l

ତେବେ ଆସନ୍ତା ୧ ତାରିଖରେ ଅଜୟ ଦେବଗାନଙ୍କ ‘ସିଙ୍ଘମ ଏଗେନ’ ଫିଲ୍ମ ରିିଲିଜ ହେବ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *

Back to top button