ଦେଶ- ବିଦେଶ

ଏବେ ବିପଦରେ ସାଇବର୍ ଅପରାଧୀ, ସରକାର ଜାରି କଲେ ସାଇବର୍ କ୍ରାଇମ୍ ହେଲ୍ପଲାଇନ୍ ନମ୍ବର

ଜିକାଲି ଦ୍ରୁତ ଗତିରେ ବଢୁଥିବା ସାଇବର ଠକେଇର ଘଟଣାକୁ ରୋକିବା ପାଇଁ ସରକାର ଏକ ନୂଆ ନ୍ୟାସନାଲ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟ ନ୍ୟାସନାଲ ହେଲ୍ପଲାଇନ ନମ୍ବର 155260 କୁ 1930 ରେ ପରିବର୍ତ୍ତନ କରିଛି । ଟେଲିକମ୍ ବିଭାଗ ଏହାର ନୂଆ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ନୂଆ ହେଲ୍ପଲାଇନ ନମ୍ବର ବିଷୟରେ ସୂଚନା ସେୟାର କରିଛି ।

ଏହି ହେଲ୍ପଲାଇନ ନମ୍ବର ବିଶେଷ ଭାବରେ ସେହି ଲୋକଙ୍କୁ ସାହାଯ୍ୟ କରିବ ଯେଉଁମାନେ କୌଣସି ପ୍ରକାରର ଆର୍ଥିକ ଠକେଇର ଶିକାର ହୋଇଛନ୍ତି ।

ଏହା ବ୍ୟତୀତ ଆପଣ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ମଧ୍ୟ ଅଭିଯୋଗ କରିପାରିବେ । ଗୃହ ମନ୍ତ୍ରଣାଳୟ (MHA) ଏବଂ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (I4C) ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଭାରତୀୟ ନାଗରିକଙ୍କ ପାଇଁ ସୁରକ୍ଷିତ ଡିଜିଟାଲ ପେମେଣ୍ଟ ସିଷ୍ଟମ ଯୋଗାଇବା ପାଇଁ ପ୍ରତିବଦ୍ଧତାର ଉଦାହରଣ ଦେଇଛି । ସାଇବର ଠକେଇର ଶିକାର ହୋଇଥିବା ଲୋକମାନେ ଏହି ୪ ଅଙ୍କ ବିଶିଷ୍ଟ ହେଲ୍ପଲାଇନ ନମ୍ବରକୁ ଯେକୌଣସି ସମୟରେ କଲ କରିପାରିବେ ।

ଏହି ହେଲ୍ପଲାଇନ ନମ୍ବର ସମ୍ପୃକ୍ତ ରାଜ୍ୟ ପୋଲିସ ଦ୍ୱାରା ପରିଚାଳିତ ହେବ । ଏହି ନମ୍ବରରେ କରାଯାଇଥିବା ଅଭିଯୋଗ ଉପରେ ସାଇବର ଠକେଇ ସହ ଜଡିତ ଡିଟେଲ୍ସ ନିଆଯିବ ଏବଂ ଠକେଇ ରିପୋର୍ଟ ଏବଂ ମ୍ୟାନେଜମେଣ୍ଟ ସିଷ୍ଟମରେ ଟିକେଟ୍ ଦିଆଯିବ । ଏହା ପରେ ଏହାକୁ ସଂପୃକ୍ତ ବ୍ୟାଙ୍କ, ୱାଲେଟ୍ କିମ୍ବା ବେପାରୀକୁ ପଠାଯିବ, ଯାହାଦ୍ୱାରା ଜାଲିଆତି ହୋଇଥିବା ଆମାଉଣ୍ଟ ଫ୍ରିଜ୍ ହୋଇପାରିବ । ଏହି ଆମାଉଣ୍ଟ ଥରେ ଫ୍ରିଜ୍ ହୋଇଗଲେ ସାଇବର ଅପରାଧୀମାନେ ଏହି ଟଙ୍କା ବ୍ୟବହାର କରିପାରିବେ ନାହିଁ ।

ଯଦିଓ ଏହି ଟଙ୍କା ଅପରାଧୀଙ୍କ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଛି, ଟଙ୍କା ଫେରସ୍ତ ନହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ), ସମସ୍ତ ସରକାରୀ ଏବଂ ବେସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଅନଲାଇନ୍ ୱାଲେଟ୍ ସହଯୋଗରେ ଏହି ନ୍ୟାସନାଲ ହେଲ୍ପଲାଇନ ନମ୍ବର ପ୍ରସ୍ତୁତ କରାଯାଇଛି । ହେଲ୍ପଲାଇନ ନମ୍ବର ସହିତ, ଯେଉଁମାନେ ଇଣ୍ଟରନେଟ୍ ବ୍ୟବହାର କରିବାରେ ସକ୍ଷମ ନୁହଁନ୍ତି, ସେମାନେ ମଧ୍ୟ ସାଇବର ଅପରାଧ ବିଷୟରେ ଜଣାଇ ପାରିବେ ।

ଏଥିସହ ସାଇବର ଅପରାଧ ସମ୍ପର୍କରେ ଜଣାଇବାକୁ ପୋଲିସ ଷ୍ଟେସନ ଯିବାକୁ ପଡିବ ନାହିଁ । ଦେଶରେ ସାଇବର ଅପରାଧର ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଏବଂ I4C ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ବ୍ୟତୀତ ନାଗରିକମାନଙ୍କୁ ସାଇବର ଅପରାଧ ବିଷୟରେ ଅବଗତ କରାଇବା ପାଇଁ ମଧ୍ୟ ଶିକ୍ଷା ଦିଆଯାଉଛି । ସରକାରଙ୍କ ଦ୍ୱାରା ଜାରି ଏହି ନୂତନ ୪ ଅଙ୍କ ବିଶିଷ୍ଟ ହେଲ୍ପଲାଇନ ନମ୍ବର ଯେକୌଣସି ପ୍ରକାର ସାଇବର ଅପରାଧ ପାଇଁ ବ୍ୟବହାର କରାଯାଇପାରିବ ।

Leave a Reply

Your email address will not be published. Required fields are marked *

Back to top button