ସ୍ୱାସ୍ଥ୍ୟ

ବିରିୟାନୀ ଖାଇବାକୁ ପସନ୍ଦ କରୁଥିଲେ ହୋଇ ଯାଆନ୍ତୁ ସାବଧାନ : ବିରିୟାନୀ ଖାଇ ଚାଲିଗଲା ଜୀବନ…

ଅଧିକାଂଶ ଲୋକ ଚିକେନ ବିରିୟାନୀ ଖାଇବାକୁ ପସନ୍ଦ କରନ୍ତି। ଚିକେନ୍ ବିରିୟାନୀ ଖାଇ ଜଣେ ଝିଅର ଚାଲିଯାଇଛି ଜୀବନ। ଏବଂ ୨୦ ରୁ ଅଧିକ ଏବେ ଗୁରୁତର।

ଏହି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ର ହାଇଦ୍ରାବାଦ ସହରରେ। ଯେଉଁଠି ଚିକେନ ବିରିୟାନୀ ଖାଇବା ପରେ ୧୯ ବର୍ଷର ଜଣେ ଝିଅର ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥିଲା। ହେଲେ ସେ ସେଠାରେ ସବୁଦିନ ପାଇଁ ଆଖି ବୁଜି ଦେଇଛି। ଏଥି ସହ ୨୦ ଜଣ ଅସୁସ୍ଥ ରହିଥିବା ଜଣା ପଡ଼ିଛି।ବର୍ତ୍ତମାନ ସେହି ଝିଅର ପରିବାର ଲୋକମାନେ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।ଏହି ଘଟଣାର ତଦନ୍ତ ପରେ ହିଁ ଘଟଣା ସମ୍ପର୍କିତ ସବୁ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କୁହାଯାଉ

Leave a Reply

Your email address will not be published. Required fields are marked *

Back to top button