ଖେଳ ଖବର

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ – Sahana Mela

[ad_1]

ଭୁବନେଶ୍ୱର : ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ I ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି ୭ଟି ବିଧାନସଭା ଆସନ । ପୂର୍ବରୁ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ମାନସ ମଙ୍ଗରାଜ ।

ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ ମିଳିଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ । ସେହିଭଳି ଅମରେଶ ଜେନାଙ୍କୁ ମିଳିଛି ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ । ଏହି ଦାୟିତ୍ବ ମିଳିବା ପରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୁଁ ସୁଚାରୁ ଭାବେ କାର୍ଯ୍ୟ କରିଛି। ଏହି ଗୁରୁ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବି। ନିର୍ବାଚନ ପାଇଁ ଅଳ୍ପ ଦିନ ରହିଛି। ଦାୟିତ୍ୱ ସୁଚାରୁ ଭାବେ ନିର୍ବାହ କରିବାକୁ ଚେଷ୍ଟା କରିବି।

[ad_2]

Leave a Reply

Your email address will not be published. Required fields are marked *

Back to top button