ସ୍ୱାସ୍ଥ୍ୟ

ଜାଣନ୍ତୁ ଜୁଫୋବିୟା ଲକ୍ଷଣ କଣ? କାହିଁକି ଜୀବଜନ୍ତୁଙ୍କୁ ଦେଖିଲଡ଼େ ଡରନ୍ତି ପୀଡିତ

ପ୍ରାୟତଃ ଅନେକ ଲୋକ ପଶୁମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏହାସହ ଘରେ ଆଣି ତାଙ୍କୁ ପାଳି ପୋଷି ଥାଆନ୍ତି , ସେମାନଙ୍କ ସହିତ ଖେଳ ବୁଲ ଆଦି କରିଥାନ୍ତି। କାହିଁକି ନା ଗୃହପାଳିତ ପଶୁ ବହୁତ ସ୍ନେହ, ଆଦାର କରିଥାନ୍ତି ଏବଂ ତାଙ୍କୁ ଯାହା କହିଲେ ସେମାନେ ଶୁଣି ଥାଆନ୍ତି ।

ଏହାସହ ଆହୁରି ମଧ୍ୟ କେତେକ ଲୋକ ଅଛନ୍ତି ଯେଉଁମାନେ କି ପଶୁଙ୍କୁ ଦେଖିବା ମାତ୍ରେ ଭୟ କରିଥାନ୍ତି । ପଶୁଙ୍କୁ ବହୁତ ଡରୁଥିବା ଏକ ପ୍ରକାର ଫୋବିୟା ବୋଲି କୁହାଯାଏ । କିନ୍ତୁ ଡାକ୍ତରୀ ଭାଷାରେ ଏହାକୁ ଜୁଫୋବିୟା ବୋଲି କୁହାଯାଏ । ଜୁଫୋବିୟା ହେଉଛି ଏକ ପ୍ରକାର ମାନସିକ ବିକାର ଗ୍ରସ୍ତ । ଏହି ମାନସିକ ବିକାର ଗ୍ରସ୍ତରେ ବ୍ୟକ୍ତି ସବୁପ୍ରକାର ପଶୁଙ୍କୁ ଦେଖିଲେ ଭୟ କରିଥାନ୍ତି । ଏହି ସମସ୍ୟା ଛୋଟ ଛୁଆଙ୍କଠାରେ ବହୁତ ଦେଖାଯାଏ ।

ଜୁଫୋବିୟା ହେଉଛି ଏକ ମାନସିକ ବିକାର ଗ୍ରସ୍ତ ଯେଉଁଥିରେ ଜଣେ ବ୍ୟକ୍ତି ଯେତବେଳେ କୌଣସି ପଶୁଙ୍କ ନିକଟକୁ ଯାଇଥାନ୍ତି ସେହି ସମୟରେ ସେ ବହୁତ ଭୟଭୀତ ହୋଇଯାଇଥାନ୍ତି । ଏହାସହ ସେହି ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇବା ସହ ଦେହ ଥରେ ଏବଂ ନର୍ଭସ ମଧ୍ୟ ହୋଇଯାଇଥାନ୍ତି । ଯଦି ଏହି ସମସ୍ୟା କୌଣସି ଛୋଟ ପିଲାଙ୍କ ନିକଟରେ ଦେଖାଯାଉଛି ତେବେ ଏହାକୁ ଜଲଦି ଭଲ କରନ୍ତୁ । ଯାହା ଦ୍ୱାରା ପିଲାଟି ବଡ ହେଲେ ଏହିପରି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଜୁଫୋବିୟାର ଲକ୍ଷଣଗୁଡିକ କ’ଣ?

୧. ଜୁଫୋବିୟାର ପ୍ରଥମ ଲକ୍ଷଣ ହେଉଛି ପଶୁମାନଙ୍କ ଦେଖିବା ମାତ୍ରେ ଭୟ କରିବା । ଏଥିରେ ପିଡୀତ ଥିବା ବ୍ୟକ୍ତିଙ୍କୁ ଚିଡିଆଖାନା ଯିବାକୁ କିମ୍ବା ଗୃହପାଳିତ ପଶୁ ଥିବା ସାଙ୍ଗଙ୍କ ଘରକୁ ଯିବାକୁ ଭୟ କରିଥାନ୍ତି ।

୨. ଜୁଫୋବିୟା ରୋଗରେ ପୀଡିତ ଥିବା ବ୍ୟକ୍ତି ପଶୁଙ୍କୁ ଦେଖିବା ମାତ୍ରେ ତାଙ୍କର ଛାତି ଥରିବା ଭଳି ସମସ୍ୟା ଅନୁଭବ କରିଥାଆନ୍ତି ।

୩. ଜୁଫୋବିୟା ରୋଗୀମାନଙ୍କୁ ପଶୁ ଦେଖିବା ମାତ୍ରେ ମୁଣ୍ଡ ବୁଲାଇବା ସହ, ବାନ୍ତି ହେବା ଆରମ୍ଭ ହୁଏ ।

୪. ଏହାସହ ସେହି ଲୋକଙ୍କର ବ୍ଲଡ ପ୍ରେସର ଅଚାନକ ବଢ଼ିଯାଇଥାଏ ଏବଂ ତାଙ୍କ ଶରୀରରେ ଝାଳ ବାହାରିଥାଏ ।

ଜୁଫୋବିୟା ରୋଗରୁ କିପରି ପାଇବା ମୁକ୍ତି :

୧. ଜୁଫୋବିୟା ଉପଚାରରେ ଅନେକ ଥେରାପି ସାମିଲ ହୋଇଥାଏ । ଯଦି ଏହି ଲକ୍ଷଣ ଅଳ୍ପ ବୟସ ମଧ୍ୟରେ ଦେଖାଦେଇଥାଏ ତାହାଲେ ସେମାନଙ୍କୁ କଥା ମାଧ୍ୟମରେ ବୁଝାଇବା ଉଚିତ୍‌ ।

୨. ଜୁଫୋବିୟାର ୧୦ଟି ମଧ୍ୟରୁ ୯ଟି ମାମଲାରେ ଏକ୍ସପୋଜର ଥେରାପି ବ୍ୟବହାର କରାଯାଇଥାଏ । ଏଥିରେ ଏକ୍ସପର୍ଟମାନେ ପୀଡିତ ଲୋକଙ୍କୁ ଭୟରୁ ମୁକ୍ତି ଦେବା ପାଇଁ ଥେରାପିର ସାହାଯ୍ୟ ନେଇଥାନ୍ତି । ଉଦାହରଣ ହେଉଛି- ଆପଣ ପଶୁମାନଙ୍କର ଚିତ୍ର ଦେଖିବେ, ପ୍ରକୃତି ଭିଡିଓ ଦେଖିବା କିମ୍ବା ପଶୁମାନଙ୍କ ବିଷୟରେ ଚିନ୍ତା କରିବା ଅଭ୍ୟାସ ମଧ୍ୟ କରିପାରିବା ।

୩. କଗ୍‌ନିଟିଭ୍‌ ବ୍ୟବହାର ଥେରାପି (CBT) ରେ ଲକ୍ଷଣ ବିଷୟରେ ହେଲ୍ଥ ବିଶେଷଜ୍ଞଙ୍କ ସହ କଥା ହେବା ଉଚିତ୍‌ । ବିଶେଷଜ୍ଞଙ୍କ ଅନୁସାରେ, କୌଣସି ପ୍ରକାର ଫୋବିୟା ରୋଗରେ ଔଷଧ ବ୍ୟବହୃତ ହୁଏ ନାହିଁ ।

୪. ଯଦି ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖାଯାଉଛି ଏହାକୁ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ସହ କଥାବାର୍ତ୍ତା କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ ।

Leave a Reply

Your email address will not be published. Required fields are marked *

Back to top button