ଦେଶ- ବିଦେଶ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ଉଭୟ ରାଜ୍ୟରେ ଏନଡିଏ ଆଗୁଆ

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟଗଣତି ଆରମ୍ଭ ହୋଇଛି। ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ୯୬ ଆସନରେ ଗଣତି ଜାରି ରହିଛି। ସେଥିରୁ ୬୯ ଆସନରେ ଏନଡିଏ (ବିଜେପି ନେତୃତ୍ଵାଧୀନ ମହାୟୁତି) ଆଗରେ ରହିଛି। ଇଭିଏମ୍‌ ରାଉଣ୍ଡରେ ଏନ୍‌ସିପିର ଅଜିତ ପାଓ୍ୱାର ଆଗୁଆ ଅଛନ୍ତି। ସେହିପରି ମହାରାଷ୍ଟ୍ରର ବର୍ଲି ଆସନରୁ ଶିବସେନା(ୟୁବିଟି)ର ଆଦିତ୍ୟ ଠାକରେ ଆଗୁଆ ଥିବା ବେଳେ ପଛରେ ଅଛନ୍ତି ଶିବସେନାର ମିଲିନ୍ଦ ଦେଓରା।

ସେହିପରି ଝାଡଖଣ୍ଡରେ ବଦଳିଲା ଟ୍ରେଣ୍ଡ । ୪୦ ଆସନରେ ଇଣ୍ଡି ମେଣ୍ଟ ଆଗୁଆ । ୩୨ଟି ଆସନରେ ଆଗୁଆ ରହିଛି ଏନଡିଏ ମେଣ୍ଟ । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ତେବେ ଝାଡଖଣ୍ଡରେ କିଏ ସରକାର ଗଢୁଛି ତା ଉପରେ ରହିଛି ସମସ୍ତଙ୍କ ନଜର । ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ଯ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।

Leave a Reply

Your email address will not be published. Required fields are marked *

Back to top button