ଦେଶ- ବିଦେଶ
ହିମାଚଳ ପ୍ରଦେଶ : ୨୦୦ ମିଟର ଗଭୀର ଖାଇକୁ ଖସିଲା ବସ୍, ଅନେକ ମୃତ ଆଶଙ୍କା

ହିମାଚଳ ପ୍ରଦେଶ କୁଲ୍ଲୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପ୍ରାଇଭେଟ ବସ୍ ଗଭୀର ଖାଇକୁ ଖସିଛି । ଦୁର୍ଘଟଣାରେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବସରେ ୨୦ରୁ ୨୫ ଜଣ ଯାତ୍ରୀ ରହିଥିବା ସୂଚନା ରହିଛି । ବସଟି କୁଲ୍ଲୁ ଆନିରୁ ଛତରିକୁ ଯାଉଥିଲା ।
ଖବର ମୁତାବକ, କୁଲ୍ଲୁର ଆନିର ସ୍ବାଡନଗାନ ରାସ୍ତାରେ ଏକ ଘରୋଇ ବସ୍ ଖାଇକୁ ଖସିପଡିଛି । ବସରେ ୨୦ରୁ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ବସଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକ ରେସକ୍ୟୁ ଅଭିଯାନ ଚଲାଇଛନ୍ତି । ଏହାସହିତ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି ।
ବସଟି ୨୦୦ ମିଟର ଗଭୀର ଖାଇକୁ ଖସିଛି । ଆହତଙ୍କୁ ସ୍ଥାନୀୟ ଲୋକ ନିଜ ଗାଡିରେ ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ତୀକ୍ଷ୍ଣ ମୋଡ ଯୋଗୁଁ ବସଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିଥିବା ଅନୁମାନ କରାଯାଉଛି । ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି ।